ଦିନକୁ ଖାଇଥାଏ ୧୬ ଟନ୍‌

ପୃଥିବୀର ସବୁଠାରୁ ବଡ ପ୍ରାଣୀ ଭାବେ ‘ବଲେନ୍‌ ହେ୍ୱଲ୍‌’ ବା ତିମି ମାଛ ପରିଚିତ । ତେବେ ଏକ ନୂଆ ରିପୋର୍ଟରେ ଏହାର ଖାଦ୍ୟକୁ ନେଇ ଆସିଛି ଅଜବ ତଥ୍ୟ ଆସିଛି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏକ ବଡ ବଲେନ୍‌ ହେ୍ୱଲ୍‌ ଦିନକୁ ପ୍ରାୟ ୧୬ଟନ୍‌ ଖାଦ୍ୟ ଖାଇପାରିବ ବୋଲି ଏକ ଗବେଷଣାରୁ ଜଣାପଡିଛି । ଏହି ଗବେଷଣାଟି ଦକ୍ଷିଣ ମହାସାଗରେ ଥିବା ବଲେନ୍‌ ହ୍ଲେଲ୍‌ ମାଛର ସାତଟି ପ୍ରଜାତି ଉପରେ କରାଯାଇଥିଲା ।
ଦିନକୁ ଖାଇଥାଏ ୧୬ ଟନ୍‌
ଏହି ପ୍ରଜାତିର ନାମ ବଲେନ୍‌ ହ୍ଲେଲ ଏଥିପାଇଁ ରଖାଯାଇଛି, କାରଣ ସେମାନଙ୍କ ପାଟିରେ ଏକ କଣ୍ଟା ଜାତୀୟ ଅଙ୍ଗ ରହିଛି ଯାହା ସାହାଯ୍ୟରେ ସେମାନେ ନିଜ ପାଟିରେ ଖାଦ୍ୟକୁ ଅଟକାଇ ରଖନ୍ତି । ତେବେ ଏହି ଗବେଷଣା କରିବା ପାଇଁ ମାଛମାନଙ୍କ ଶରୀରରେ ଏକ ସେନ୍‌ସର ଟ୍ୟାଗ୍‌ କରାଯାଇଥିଲା, ଯାହା ସାହାଯ୍ୟରେ ସେମାନଙ୍କୁ ଟ୍ରାକ କରାଯାଉଥିଲା । ତେବେ ଏଭଳି ଗବେଷଣା ପ୍ରଥମ ଥର ପାଇଁ କରାଯାଇଛି, ଯେଉଁଥିରେ ଏକ ବଞ୍ଚିଥିବା ହେ୍ୱଲ୍‌ ମାଛର ଖାଦ୍ୟକୁ ଟ୍ରାକ କରାଯାଇଛି । ଏହି ଟ୍ରାକିଂ ଦ୍ୱାରା ଜଣାପଡିଛି କି, ଗୋଟେ ହେ୍ୱଲ୍‌ ମାଛ ଦିନକୁ ୧୬ଟନ୍‌ର ଖାଦ୍ୟ ଖାଇଥାଏ, ଯାହା ତା ଶରୀର ଓଜନର ୩୦ ପ୍ରତିଶତ ଅଟେ ।
ଦିନକୁ ଖାଇଥାଏ ୧୬ ଟନ୍‌
ତେବେ ଗବେଷଣା କରାଯାଇଥିବା ବିଭିନ୍ନ ପ୍ରଜାତିଙ୍କର ଖାଦ୍ୟ ଖାଇବାର ପ୍ରକ୍ରିୟା ଭିନ୍ନଭିନ୍ନ । ସେହିଭଳି ଏହି ଗବେଷଣାରୁ ହେ୍ୱଲ୍‌କୁ ନେଇ ଅନ୍ୟ ଏକ ତଥ୍ୟ ସାମନାକୁ ଆସିଛି । ଗୋଟିଏ ହେ୍ୱଲ୍‌ ମାଛ ସମୁଦ୍ରରେ ବାୟୋମାସ ରୂପରେ ଥିବା ଲୁହାକୁ ରିସାଇକେଲ୍‌ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଗୋଟିଏ ହେ୍ୱଲ୍‌ ମାଛ ବର୍ଷକୁ ପ୍ରାୟ ୭ହଜାରରୁ ୧୫ହଜାର ଟନ୍‌ ଲୁହା ରିସାଇକେଲ୍‌ କରିପାରିବ । ହେ୍ୱଲ୍‌ ମାଛ କାରଣରୁ ପାଣିରେ ଲୌହ ମିଶ୍ରଣ ହୋଇଥାଏ ବୋଲି ଗବେଷକମାନେ ପ୍ରକାଶ କରିଛନ୍ତି ।

Govt

Comments are closed.