କାବୁଲ: ଏପ୍ରିଲ ୧୯: ଆଫଗାନିସ୍ତାନର ରାଜଧାନୀ କାବୁଲରେ ଆଜି ତିନୋଟି ଶକ୍ତିଶାଳୀ ବୋମା ବିସ୍ପୋରଣ ହୋଇଛି । ଏଥିରେ ୨୫ରୁ ଅଧିକ ଛାତ୍ରଛାତ୍ରୀଙ୍କ ମୃତୁ୍ୟ ହୋଇଥିବା ବେଳେ ୫୦ ଆହତ ହୋଇଛନ୍ତି । ତେବେ ଆହତଙ୍କ ଅବସ୍ଥା ଗୁରୁତର ଥିବାରୁ ମୃତୁ୍ୟ ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି । ଆଜି ସକାଳ ସମୟରେ କାବୁଲର ପଶ୍ଚିମରେ ଥିବା ମୁମତାଜ ଓ ଅବଦୁଲ ରହିମ ବିଦ୍ୟାଳୟରେ ବିସ୍ପୋରଣ ହୋଇଥିଲା ।
ଜଣେ ପ୍ରତ୍ୟେକ୍ଷଦର୍ଶଙ୍କ ରିପୋର୍ଟ ଅନୁସାରେ, ସକାଳେ ଛାତ୍ରଛାତ୍ରୀମାନେ ମୁମତାଜ ସ୍କୁଲକୁ ଯାଉଥିବାବେଳେ ବିଦ୍ୟାଳୟ ନିକଟରେ ବିସ୍ପୋରଣ ହୋଇଥିଲା । ଏଥିରେ କିଛି ଛାତ୍ରଛାତ୍ରୀ ଆହତ ହୋଇଥିଲା ବେଳେ ଆଉ କିଛି ଭୟଭୀତ ହୋଇ ଏପଟସେପଟ ଦୌଡ଼ିଥିଲେ । ଆହତ ପିଲାଙ୍କୁ ଉଦ୍ଧାର କରାଉଥିଲା ବେଳେ ଅନ୍ୟ ଏକ ବିସ୍ପୋରଣ ହୋଇଥିଲା । ଏଥିରେ ଅଧିକ ଲୋକଙ୍କର ମୃତୁ୍ୟ ହୋଇଥିଲା ।
ତେବେ ଏହି ଘଟଣା ପାଇଁ କୌଣସି ଆତଙ୍କବାଦୀ ସଂଗଠନ ନିଜକୁ ଦାୟୀ କରିନଥିଲେ ବି ଏହା ପଛରେ ଇସଲାମିକ ଷ୍ଟେଟର ହାତ ଥିବା ସନ୍ଦେହ କରାଯାଉଛି ।

Comments are closed.