ଆଚାରୀ ଚଣା ପଲଉ

ସାମଗ୍ରୀ – ବାସୁମତି ଚାଉଳ, ସିଝା କାବୁଲି ଚଣା, କଟା ପିଆଜ, କଟା ଟମାଟୋ, ଗାଜର, ମଟର ଛୁଇଁ, ଛତୁ, କ୍ୟାପସିକମ୍‌, ଅଦା ରସୁଣ ପେଷ୍ଟ, ଗୋଟା ଜୀରା, ନିଜ ପସନ୍ଦ ଅନୁସାରେ ଆଚାର, ହଳଦୀ, ଧନିଆ ପତ୍ର, ଲଙ୍କା ଗୁଣ୍ଡ ।
ପ୍ରଣାଳୀ – ପ୍ରଥମେ ପ୍ୟାନ୍‌ରେ ତେଲ ପକାଇ ଜୀରା ପକାନ୍ତୁ । ଏହା ଫୁଟିବା ପରେ ଏଥିରେ ପିଆଜ ପକାଇ ଭାଜନ୍ତୁ । ପିଆଜ ଭାଜିହେବା ପରେ ଏଥିରେ ଅଦାରସୁଣ ପେଷ୍ଟ ପକାଇ କସନ୍ତୁ । ଏହପରେ ଏଥିରେ ଟମାଟୋ ପକାଇ ଭାଜନ୍ତୁ । ଟମାଟୋ ନରମ ହେବା ପରେ ଏଥିରେ ବର୍ତ୍ତମାନ ସମସ୍ତ ପରିବା ପକାଇ ଭାଜନ୍ତୁ । ପରିବା ଭାଜି ହେବା ପରେ ଏଥିରେ ସମସ୍ତ ଗୁଣ୍ଡ ମସଲା ପକାଇ ଗୋଳାନ୍ତୁ । ଏହାପରେ ଆଚାରକୁ ମିଶାନ୍ତୁ । ଏହାପରେ ଏଥିରେ କାବୁଲି ଚଣାକୁ ମିଶାନ୍ତୁ । ଏହାପରେ ଏଥିରେ ଚାଉଳ ପକାଇ ପାଣି ଦେଇ ଭାତ ହେବା ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ । କିଛି ସମୟ ପରେ ପ୍ରସ୍ତୁତ ହୋଇଯିବ ଆଚାରୀ ଚଣା ପଲଉ । ଶେଷରେ ଧନିଆ ପତ୍ର ପକାଇ ପରଷନ୍ତୁ ଆଚାରୀ ଚଣା ପଲଉ ।

Govt

Comments are closed.