ପ୍ରାଡା କମ୍ପାନୀ ସବୁବେଳେ ନିଜର ଡିଜାଇନ୍ ପାଇଁ ପ୍ରଶଂସିତ ହୋଇଥାଏ, ହେଲେ ନିକଟରେ ଏକ ଡିଜାଇନ୍ ପାଇଁ କମ୍ପାନୀ ଖୁବ ଟ୍ରୋଲିଂର ଶିକାର ହୋଇଛି । ସୋସିଆଲ ମିଡିଆରେ ବ୍ୟାଗ୍ଟିର ଫଟୋ ଭାଇରାଲ ହେବା ସହିତୟୁଜର୍ସ ଏହାର ମଜାକ ଉଡାଇବାରେ ଲାଗିଛନ୍ତି । ବ୍ୟାଗ୍ର ଡିଜାଇନ୍କୁ ଟ୍ରେନ୍ର ବାଥ୍ରୁମ୍ ସହିତ ତୂଳନା କରାଯାଇଛି । ଟ୍ରେନ୍ ବାଥ୍ରୁମ୍ରେ ଯେଉଁଭଳି ଡିଜାଇନ୍ ହୋଇଥାଏ ତାହାକୁ ପ୍ରାଡା କପି କରିଛି ବୋଲି ସୋସିଆଲ ମିଡିଆରେ ମତ ପ୍ରକାଶ ପାଇଛି । ସେହିଭଳି ବ୍ୟାଗ୍ର ଦାମକୁ ନେଇ ମଧ୍ୟ ଅନେକ ଚର୍ଚ୍ଚା ହେଉଛି । ବ୍ୟାଗ୍ଟିର ଦାମ ରହିଛି ୨ ଲକ୍ଷ ୭୨ ହଜାର ୩୬୨ ଟଙ୍କା । ତେବେ ଏହି ଚର୍ଚ୍ଚା ଉପରେ କମ୍ପାନୀ ପକ୍ଷରୁ କୌଣସି ପ୍ରତ୍ରିକ୍ରିୟା ମିଳି ପାରିନାହିଁ ।

Comments are closed.