ଟ୍ବେଣ୍ଟି-୨୦ ବିଶ୍ବକପ୍ ସୁପର-୮ରେ ଆଫଗାନିସ୍ତାନକୁ ୪୭ ରନରେ ହରାଇଲା ଭାରତ

ବାର୍ବାଡସ୍: ସୂର୍ଯ୍ୟକୁମାର ୟାଦବଙ୍କ ଆକର୍ଷଣୀୟ ଅର୍ଦ୍ଧଶତକ ପରେ ଯଶପ୍ରୀତ୍ ବୁମରା ଓ ଅର୍ଶଦୀପ ସିଂହଙ୍କ ଘାତକ ବୋଲିଂ ସହାୟତାରେ ଚଳିତ ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପର ସୁପର୍-୮ ପର୍ଯ୍ୟାୟରେ ଭାରତ ଦମ୍ଦାର ବିଜୟ ପାଇଛି। ଏହି ପ୍ରଥମ ମୁକାବିଲାରେ ଭାରତ ୪୭ ରନରେ ଆଫଗାନିସ୍ତାନକୁ ପରାସ୍ତ କରିଛି। ଭାରତ ୧୮୧ ରନ୍ ସ୍କୋର୍ କରିବା ପରେ ଆଫଗାନିସ୍ତାନ ୧୩୪ ରନ୍ରେ ଅଲରାଉଟ୍ ହୋଇଥିଲା। ଅର୍ଶଦୀପ ଓ ବୁମ୍ରା ୩ ଲେଖାଏଁ, କୁଲଦୀପ ୟାଦବ ୨ ଏବଂ ଅକ୍ଷର ପଟେଲ୍, ରବୀନ୍ଦ୍ର ଜାଡ଼େଜା ୧ ୱିକେଟ୍ ଲେଖାଏଁ ଅକ୍ତିଆର କରିଥିଲେ। ଭାରତ ତା’ର ପରବର୍ତ୍ତୀ ମ୍ୟାଚ୍ ଶନିବାର ବାଂଲାଦେଶ ସହ ଖେଳିବ।
ଟସ୍ ଜିତି ଭାରତ ବ୍ୟାଟିଂ କରିଥଇଲା। ସୂର୍ଯ୍ୟକୁମାର ୟାଦବଙ୍କ ଆକର୍ଷଣୀୟ ଅର୍ଦ୍ଧଶତକ (୨୮ ବଲ୍ ୫୩ ରନ୍) ବଳରେ ଭାରତ ୧୮୧ ରନ୍ର ଲଢ଼ୁଆ ସ୍କୋର୍ ଛିଡ଼ା କରିଛି। ଆରମ୍ଭରୁ ରୋହିତ ଶର୍ମା ଓ ବିରାଟ କୋହଲି ଜଗି ରଖି ଖେଳିଥିଲେ ମଧ୍ୟ ଏହାର ଫାଇଦା ଉଠାଇ ପାରି ନଥିଲେ। ରୋହିତ ୧୩ ବଲ୍ରୁ ୮ ରନ୍ ଏବଂ ବିରାଟ ୨୪ ବଲ୍ରୁ ୨୪ ରନ୍ କରି ଆଉଟ୍ ହୋଇଯାଇଥିଲେ। ରୋହିତଙ୍କୁ ଫଜଲ ଫାରୁକି ଓ କୋହଲିଙ୍କୁ ରସିଦ୍ ଖାନ୍ ଆଉଟ୍ କରିଥିଲେ। ଋଷଭ ପନ୍ତ୍ ମାତ୍ର ୧୧ ବଲ୍ ଖେଳି ୨୦ ରନ୍ କରିବା ପରେ ରସିଦ୍ ଖାନ୍ଙ୍କ ଶିକାର ହୋଇଥିଲେ। ଆକର୍ଷଣୀୟ ବାଉଣ୍ଡରିମାନ ଖେଳିଥିବା ସୂର୍ଯ୍ୟଙ୍କୁ ଦ୍ବିତୀୟ ଶିକାର କରିଥିାଲେ ଫାରୁକି। ଶେଷ ଭାଗରେ ଉପ-ଅଧିନାୟକ ହାର୍ଦିକ ପାଣ୍ଡ୍ୟା ୨୪ ବଲ୍ରୁ ୩୨ ରନ୍ କରିଥିଲେ। ଅକ୍ଷର ପଟେଲ୍ ମଧ୍ୟ ୬ ବଲ୍ରୁ ୨ ଚୌକା ବଳରେ ୧୨ ରନ୍ କରିଥିଲେ। ଆଫଗାନିସ୍ତାନ ପକ୍ଷରୁ ଦ୍ରୁତ ବୋରଲର ଫଜଲହକ୍ ଫାରୁକି ଓ ସ୍ପିନର୍ ରସିଦ୍ ଖାନ୍ ୩ ଲେଖାଏଁ ୱିକେଟ୍ ନେଇଥିଲେ।

Govt

Comments are closed.