ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ ଯୋଗାଇବେ ଏହି ସବୁ ସେବା

ସମୟ ଲାଇଭ ,୨୮/୩; ରାଜ୍ୟ ତଥା ସାରା ଦେଶରେ ଲକ ଡାଉନ ଘୋଷଣା ହେବ ପରେ ଯଦିଓ ଚିକତ୍ସା ବ୍ୟବସ୍ଥା ଉପରେ କୌଣସି ରୋକ ଲଗାଯାଇନାହିଁ ତେବେ ଯାନବାହମ ଚଳାଚଳ ବନ୍ଦ ହେତୁ ଅନେକ ସମୟରେ ରୋଗୀ ହନ୍ତସନ୍ତ ହେଉଛନ୍ତି | ଏପରି ପରିସ୍ଥିତିରେ କଟକବାସୀଙ୍କ ପାଇଁ ସହାୟତାର ହାତ ବଢ଼ାଇଛନ୍ତି ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ | ସେ ନିଜ ମୋବାଇଲ ନମ୍ବର ସାର୍ବଜନୀନ କରିବା ସହ ସ୍ୱାସ୍ଥ୍ୟଜନିତ ସମସ୍ୟା ଥିଲେ ଉକ୍ତ ନମ୍ବରରେ ଯୋଗାଯୋଗ କରିବା ପାଇଁ କଟକବାସୀଙ୍କୁ ଜଣାଇଛନ୍ତି |

ଶ୍ରୀ ବିଶ୍ୱାଳଙ୍କ ନେତୃତ୍ୱରେ ଗଠିତ ଏକ ଟିମରେ ଅନେକ ସଦସ୍ୟ ଯୋଡି ହେବା ସହ ଜରୁରୀକାଳୀନ ପରିସ୍ଥିତି ପାଇଁ ଏକ ଦେୟମୁକ୍ତ ଆମ୍ବୁଲାନ୍ସ ମଧ୍ୟ କାର୍ଯ୍ୟକାରୀ କରିବା ପାଇଁ ଟିମ ନିଷ୍ପତ୍ତି ନେଇଛି | ଆବଶ୍ୟକ ସ୍ଥଳେ ୯୪୩୭୨୨୫୪୨୩ କୁ ଫୋନ କଲେ ଯଥା ସମ୍ଭବ ସାହାଯ୍ୟ ଯୋଗାଇ ଦିଆଯିବ ବୋଲି ଶ୍ରୀ ବିଶ୍ୱାଳ ସୂଚନା ଦେଇଛନ୍ତି | ତେବେ ବିଭୂତି କୁମାର ରାଏ, ରବୀନ୍ଦ୍ର ରାଉତରାୟ , ଚିନ୍ମୟ ସାହୁ, ସିମାଞ୍ଚଳ ବାରିକ , ରାନୁ ବିଶ୍ୱାଳ, ଭବାନୀ ଶଙ୍କର ଦାସ, ପ୍ରଭାତ କୁମାର ଭୂୟାଁ, ଯୁଧିଷ୍ଠିର ବିଶ୍ୱାଳ ପ୍ରମୁଖ ଏହି ସେବା କାର୍ଯ୍ୟରେ ନିୟୋଜିତ ଅଛନ୍ତି | ଏହା ସହ ଅସହାୟଙ୍କୁ ଖାଦ୍ୟ ଯୋଗାଇବା ପାଇଁ ଟିମ କାର୍ଯ୍ୟ କରିବ |

ସୂଚନା ଥାଉ କି, ଜଣେ ଅସହାୟ ରୋଗୀ ର ପରିବାର ବାରମ୍ବାର ବାରମ୍ବାର ଟେଲିଫୋନ ଯୋଗେ ପୂର୍ବତନ ବିଧାୟକ ଙ୍କୁ ଭିନ୍ନକ୍ଷମ ଶରତ ଚନ୍ଦ୍ର ବେହେରା ବୟସ ୫୦ ତାଙ୍କ ଅସୁସ୍ଥତା ସମ୍ପର୍କ ରେ ଜଣାଇଥିଲେ ପୂର୍ବ ବିଧାୟକ ଖବର ପାଇବା ମାତ୍ର ତାଙ୍କୁ ତାଙ୍କ ଘରେ ପଂହଁଚି ଏକ ଆମ୍ବୁଲାନ୍ସ ଯୋଗେ ନେଇ SCB ମେଡିକାଲ ପଂହଁଚାଇ ଡାକ୍ତର ଙ୍କ ସହ ଆଲୋଚନା କରି ଆଡମିସନ କରାଇବା ସହିତ ତାଙ୍କ ପରିବାର କୁ ଆର୍ଥିକ ସହାୟତା ଯୋଗାଇଥିଲେ  |

Launching Ceremony of “AYUSHMAN BHARAT

Comments are closed.