ଦୁନିଆ ସାମ୍ନାକୁ ଆସିଲେ କିମ୍‌ ଜୋଙ୍ଗ ଉନଙ୍କ ଝିଅ

ନୂଆଦିଲ୍ଲୀ: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନଙ୍କ ଝିଅ ପ୍ରଥମ ଥର ଦୁନିଆ ସାମ୍ନାକୁ ଆସିଛନ୍ତି । କିମ ଜୋଙ୍ଗ ଉନ ଶନିବାର ନିଜ ଝିଅ ସହିତ କୋରିଆର ସବୁଠାରୁ ବଡ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ଲଞ୍ଚିଂରେ ଦେଖିବାକୁ ମିଳିଥିଲେ । ଏହି ସମୟରେ କିମ ଜୋଙ୍ଗ ଉନ ତାଙ୍କର ୧୨ ବର୍ଷୀୟା ଝିଅର ହାତ ଧରିଥିବାର ନଜର ଆସିଥିଲେ ।

Kim Jong Un Reveals Daughter To World For 1st Time

କହି ରଖୁଛୁ, କିମ ଜୋଙ୍ଗ ଉନ ପ୍ରଥମ ଥର ପାଇଁ ତାଙ୍କ ଝିଅ ସହିତ ଦୁନିଆ ସମ୍ମୁଖକୁ ଆସିଛନ୍ତି । ଯଦିଓ ତାଙ୍କ ଝିଅଙ୍କୁ ନେଇ ଅନ୍ୟ କୌଣସି ସୂଚନା ସାମ୍ନାକୁ ଆସି ନାହିଁ । ତେବେ ଏହି ଫଟୋ ସେହି ସମୟର, ଯେତେବେଳେ ଉଭୟ କ୍ଷେପଣାସ୍ତ୍ର ନିରୀକ୍ଷଣ କରିବାକୁ ପହଞ୍ଚିଥିଲେ ।

Kim Jong Un Reveals Daughter To World For 1st Time

କିମ ଜୋଙ୍ଗ ଉନଙ୍କ ଝିଅଙ୍କୁ ନେଇ ଅନୁମାନ କରାଯାଉଛି ଯେ, ତାଙ୍କ ବୟସ ୧୨ କିମ୍ବା ୧୩ ବର୍ଷ ହୋଇପାରେ । ସୂଚନା ମୁତାବକ, କ୍ଷେପଣାସ୍ତ୍ର ଲଞ୍ଚିଂ ସମୟରେ କିମଙ୍କ ଝିଅଙ୍କ ଉପସ୍ଥିତିକୁ ନେଇ ପୂର୍ବରୁ କୌଣସି ସୂଚନା ନ ଥିଲା । ସାମ୍ନାକୁ ଆସିଥିବା ଫଟୋରେ କିମ ଜୋଙ୍ଗ ଉନଙ୍କ ଝିଅ ଏକ ଧଳା କୋଟ୍‌ରେ ନିଜ ବାପାଙ୍କ ହାତ ଧରିଥିବାର ନଜର ଆସିଛନ୍ତି ।

ସେପଟେ ଆମେରିକାରେ ଥିବା ଷ୍ଟିମସନ୍‌ ସେଣ୍ଟରର ଉତ୍ତର କୋରିଆର ନେତୃତ୍ୱ ବିଶେଷଜ୍ଞ ମାଇକେଲ୍‌ ମ୍ୟାଡେନ୍‌ କହିଛନ୍ତି, କିମ ଜୋଙ୍ଗ ଉନଙ୍କ ଝିଅଙ୍କୁ ପ୍ରଥମ ଥର ଏକ ସାଧାରଣ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଛି । ଏମିତି ହେବା ବହୁତ ଖାସ୍‌ ବୋଲି ସେ କହିଛନ୍ତି । ବିଶେଷଜ୍ଞ ମ୍ୟାଡେନ୍‌ଙ୍କ କହିବା ହେଲା, କିମଙ୍କର ତିନି ସନ୍ତାନ ଅଛନ୍ତି, ଦୁଇ ଝିଅ ଏବଂ ଗୋଟିଏ ପୁଅ ।

Govt

Comments are closed.