ଇସ୍ରାଏଲ : ଗାଜାପଟ୍ଟିରେ ଥିବା ଏକ ଶରଣାର୍ଥୀ ଶିବିରରେ ଭୟାବହ ଅଗ୍ନିକାଣ୍ଡ I ଉତ୍ତର ଗାଜା ଅଞ୍ଚଳର ଜବାଲିଆ ଶରଣାର୍ଥୀ ଶିବିରରେ ଏହି ନିଆଁ ଲାଗିଥିବା ଜଣା ପଡିଛି I ଗାଜା ସହରର ଉତ୍ତରରେ ଥିବା ଏକ ୪ ମହଲା ବିଶିଷ୍ଟ କୋଠା ଘରେ ଅଗ୍ନିକାଣ୍ଡ ଘଟି ୭ ଜଣ ଶିଶୁଙ୍କ ସମେତ ୨୧ ଜଣଙ୍କର ମୃତ୍ୟୁ ଘଟିଛି। ଏବଂ ଅନେକ ଆହତ ହୋଇଛନ୍ତି I ଆହତ ମାନଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ସ୍ଥାନୀୟ ଡାକ୍ତରଖାନା ନିଆଯାଇଛି। ନିଆଁର ପ୍ରଖର ଏତେ ଅଧିକ ଥିଲା କଥାଟି ସମ୍ପୂର୍ଣ୍ଣ ରୂପେ ଧ୍ୱସ୍ତ ହୋଇ ଯାଇଥିଲା I ସ୍ଥାନୀୟ ପ୍ରଶାସନ ଓ ଦମକଳ ବାହିନୀ ନିଆଁକୁ ଆୟତ୍ତ କରିଛନ୍ତି ।
ସୂଚନାନୁସାରେ ,ଗାଜାର ଉତ୍ତର ପ୍ରାନ୍ତରେ ଥିବା ଜନବସତିପୂର୍ଣ ଜାବାଲିଆ ସହରରେ ଥିବା ଶରଣାର୍ଥୀ ଶିବିରରେ ଏହି ନିଆଁ ଲାଗିଥିଲା। ଚାରି ମହଲା ଅଟ୍ଟାଳିକାର ସବା ଉପର ତାଲାରୁ ଉଠୁଥିବା ବିରାଟ ଅଗ୍ନିଶିଖାଗୁଡ଼ିକୁ ଲିଭାଇବା ପାଇଁ ଦମକଳ ବାହିନୀର କର୍ମଚାରୀମାନଙ୍କୁ ଏକ ଘଣ୍ଟାରୁ ଅଧିକ ସମୟ ଲାଗିଥିଲା। ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି, କୋଠା ଭିତରେ ଗଚ୍ଛିତ ଥିବା ବିପୁଳ ପରିମାଣର ‘ଗ୍ୟାସୋଲିନ୍’ ଏହି ଅଗ୍ନିକାଣ୍ଡକୁ ଭୟଙ୍କର କରାଇଥିଲା। ଦେଖଣାହାରୀଙ୍କ କହିବା ଅନୁଯାୟୀ, ଅଗ୍ନିକାଣ୍ଡ ଏତେ ଭୟାବହ ଥିଲା ଯେ, ଶିବିରରେ ଆଶ୍ରୟ ନେଇଥିବା ଲୋକଙ୍କୁ ବଞ୍ଚାଇବା ସମ୍ଭବ ହୋଇନଥିଲା । ଇସ୍ରାଏଲ ସରକାର ଏହି ଦୁଃଖଦ ଘଟଣାକୁ ନେଇ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ଏହା ସହିତ ଗୋଟିଏ ଦିନ ଶୋକ ଦିବସ ରୂପେ ଘୋଷଣା କରିଛନ୍ତି ।

Comments are closed.