ବେଜିଂ: ଚୀନ୍-ତାଇୱାନ ତିକ୍ତତା ଦିନକୁ ଦିନ ବଢ଼ି ଚାଲିଛି। ତାଇୱାନ ତଟରୁ ମାତ୍ର ୨୦ କିଲୋମିଟର ଦୂରରେ ଚୀନ୍ ସେନା ବାରୁଦ ବର୍ଷା କରୁଛି।
ଏହାସହିତ ତାଇୱାନ ନିକଟବର୍ତ୍ତୀ ଯୁଦ୍ଧପୋତରେ ଚୀନ ନିଜର ବଳ ଦେଖାଉଛି । ଧିରେ ଧିରେ ସେଠାରେ ଚୀନ ଯୁଦ୍ଧ ଜାହଜ ମୁତୟନ କରୁଛି।
ଏକ ରିପୋର୍ଟ ଅନୁସାରେ ଚୀନ ୬ଟି ବିଶାଳ ଯୁଦ୍ଧପୋତ ସହ ଶତାଧିକ ଯୁଦ୍ଧ ବିମାନ ତାଇୱାନ ନିକଟବର୍ତ୍ତୀ ସୀମା ଅଞ୍ଚଳରେ ଚୀନ ମୁତୟନ କରିଛି । ଗତକାଲି ସୁଦ୍ଧା ମାତ୍ର ୩୦ ବିମାନ ଯୁଦ୍ଧାଭ୍ୟାସରେ ସାମିଲ ହୋଇଥିବା ବେଳେ ଏହି ସଂଖ୍ୟା ଅଚାନକ ଶହେ ଟପି ଯାଇଛି । ଏଭଳି ସ୍ଥିତିରେ ଚୀନ୍ ଯେ କୌଣସି ସମୟରେ ତାଇୱାନ ବିରୋଧରେ ଯୁଦ୍ଧ ଆରମ୍ଭ କରିଦେବା ସମ୍ଭାବନା ବଳବତ୍ତର ହୋଇଛି ।
ଆମେରିକା, ଅଷ୍ଟ୍ରେଲିଆ ଏବଂ ଜାପାନ ଚୀନ୍କୁ ତୁରନ୍ତ ସାମରିକ ଅଭ୍ୟାସ ବନ୍ଦ କରିବାକୁ ଅନୁରୋଧ କରିଥିଲେ ମଧ୍ୟ ଚୀନ୍ ଏଥିପ୍ରତି କର୍ଣ୍ଣପାତ କରିନାହିଁ ଏବଂ ଦୁଇ ଦିନ ତଳେ ଜାପାନର ସ୍ବତନ୍ତ୍ର ଅର୍ଥନୈତିକ ଜୋନ୍କୁ ଟାର୍ଗେଟ୍ କରି କ୍ଷେପଣାସ୍ତ୍ର ମାଡ଼ କରିଛି ।
ଶତାଧିକ ଯୁଦ୍ଧ ବିମାନ ପଠାଇ ଚୀନ୍ ସମଗ୍ର ଅଞ୍ଚଳରେ ଆତଙ୍କ ଖେଳାଇ ଦେଇଛି । ଏଥିରେ ଚୀନ୍ର ସବୁଠାରୁ ଶକ୍ତିଶାଳୀ ଯୁଦ୍ଧ ବିମାନଗୁଡ଼ିକ ମଧ୍ୟ ସାମିଲ ରହିଛି । ଚୀନ୍ର ଏଭଳି ପଦକ୍ଷେପ ତୀବ୍ର ଉତ୍ତେଜନାପୂର୍ଣ୍ଣ ସ୍ଥିତି ସୃଷ୍ଟି କରିଥିବା ବେଳେ ତାଇୱାନ ନିଜର ସୁରକ୍ଷା ପାଇଁ ଯଥାସମ୍ଭବ ସୁରକ୍ଷା ପଦକ୍ଷେପ ଗ୍ରହଣ କରିଛି।

Comments are closed.