କଲୋମ୍ବୋ: ଶ୍ରୀଲଙ୍କାବାସୀଙ୍କ ତୀବ୍ର ବିରୋଧ ପରେ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ନିଜ ବାସଭବନ ଛାଡ଼ି ସପରିବାର ସହିତ ମାଳଦ୍ୱୀପ ଚାଲିଯାଇଛନ୍ତି । ତାଙ୍କ ଯିବା ପରେ ବିଦ୍ରୋହ କରୁଥିବା ଜନତା ଭବନକୁ ନିଜ କବଜାରେ ନେଇଛନ୍ତି ।
ଏହାପରେ ସଠୋରେ କରିଛନ୍ତି ପାର୍ଟି । ତେବେ ପାର୍ଟି କରିବାର ଫଟୋ ଏବେ ଭାଇରାଲ୍ ହୋଇଛି । ସାଧାରଣ ଜନତା ବାସଭବନରେ ନିଜ ଇଚ୍ଛା ଅନୁସାରେ ପ୍ରବେଶ କରି ମନୋରଞ୍ଚନ କରୁଛନ୍ତି ।
ରାଷ୍ଟ୍ରପତିଙ୍କ ଅନୁପସ୍ଥିତିରେ ତାଙ୍କ ବାସ ଭବନ ବୁଲି ଦେଖିବାକୁ ଏବେ ଲୋକଙ୍କ ଲାଗିଛି ଲମ୍ବା ଲାଇନ୍ । ପ୍ରବଳ ଖରା ହେଉଥିଲେ ବି ଲୋକେ ଲମ୍ବା ଲାଇନ୍ କରି ଧାଡିରେ ଛିଡା ହୋଇଛନ୍ତି ।
ଏହାସହିତ ଭବନ ଭିତରେ କିଏ ନାଚ, ଗୀତର ଆସର ଜମାଇଲାଣି ତ’ ଆଉ କିଏ ସେଲଫି ଉଠାଇଲାଣି ।
କିଏ ସୁଇମିଂପୁଲ୍ରେ ଗାଧୋଇଲାଣି ତ’ ଆଉ କିଏ ଆଲମିରା ଖୋଲି ପୋଷାକ ପିଙ୍ଗାଫିଙ୍ଗି କଲାଣି । କିଏ ବେଡ୍ରୁମ୍ରେ ଶୋଇଲାଣି ତ’ କି ଟେବୁଲ୍ ଉପରେ ନାଚିଲାଣି ।
ଯେଉଁଠି କଡା ସୁରକ୍ଷା ବ୍ୟବସ୍ଥା ସହିତ ସୁରକ୍ଷା କର୍ମୀ ନିୟୋଜିତ ରହିବା କଥା ସେଠି ଏବେ ଚାଲିଛି ମଜା ମସ୍ତି ।
କେବଳ ଏତିକି ନୁହେଁ ଗୀତ ଓ ନାଚ କରିବା ପାଇଁ ଆବଶ୍ୟକ ଉପକରଣକୁ ମଧ୍ୟ ଜନତା ବାସଭବନକୁ ନେଇଛନ୍ତି । ରାଷ୍ଟ୍ରପତି ଭବନ ଏବେ ଏକରକମର ଆଖଡା ସ୍ଥଳରେ ପରିଣତ ହୋଇଛି ।

Comments are closed.