ଅନୁପ୍ରବେଶ ସମୟରେ ଶ୍ୱାସରୁଦ୍ଧ ହୋଇ ୪୬ ମୃତ: ୧୬ ଜଣ ଗୁରୁତର

ଟେକ୍‌ସାସ୍‌: ଜୁନ୍‌ ୨୯: ଆମେରିକାର ଦକ୍ଷିଣ ପଶ୍ଚିମ ଟେକ୍‌ସାରରେ ଏକ ମର୍ମନ୍ତୁଦ ଘଟଣା ସାମ୍ନାକୁ ଆସଛି । ଦଲାଲ୍‌ମାନେ ଟ୍ରକ୍‌ରେ ମାନବ ଚାଲଣ କରୁଥିବା ସମୟରେ କଣ୍ଟେନର୍‌ ମଧ୍ୟରେ ଶ୍ୱାସରୁଦ୍ଧ ହୋଇ ୪୬ ଜଣ ନୀରିହ ଲୋକଙ୍କର ଜୀବନ ଯାଇଛି ଓ ୧୬ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ହସ୍ପିଟାଳରେ ଭର୍ତ୍ତି କରାଯାଇଛି ।

ଅନୁପ୍ରବେଶ ସମୟରେ ଶ୍ୱାସରୁଦ୍ଧ ହୋଇ ୪୬ ମୃତ: ୧୬ ଜଣ ଗୁରୁତର

ଘଟଣାଟି ଟେକ୍‌ସାସ୍‌ର ସେନ୍‌ ଆଣ୍ଟୋନିଓରେ ଘଟିଛି ।

ପୋଲିସ ସୂଚନା ଅନୁସାରେ, ମକ୍‌ସିକୋ ସୀମା ଦେଇ ଆମେରିକାରେ ଅନୁପ୍ରବେଶ କରୁଥିବା ଲୋକଙ୍କୁ ସେମାନଙ୍କ ଗସ୍ତବ୍ୟସ୍ଥଳରେ ପହଞ୍ଚାଇବା ପାଇଁ କିଛି ଦଲାଲ ଯାନବାହନ ଯୋଗାଡ଼ କରିଥାନ୍ତି । ସେହି ସମୟରେ ବେଆଇନ୍‌ ଭାବେ ଦଲାଲ୍‌ ନେଉଥିବା ଲୋକଙ୍କୁ ବହୁ ବିପଦପୂର୍ଣ୍ଣ ଅବସ୍ଥାରେ ଆଣିଥାନ୍ତି । ତେବେ ଏହି ମାମଲାରେ ତିନି ଜଣଙ୍କୁ ପୋଲିସ ଗିରଫ କରାଯାଇଛି ।

ଅନୁପ୍ରବେଶ ସମୟରେ ଶ୍ୱାସରୁଦ୍ଧ ହୋଇ ୪୬ ମୃତ: ୧୬ ଜଣ ଗୁରୁତର

ଗତ ୩ ବର୍ଷ ଭିତରେ ହଜାର ହଜାର ଲୋକ ମେକ୍‌ସିକୋ ସୀମା ଦେଇ ଆମେରିକାରେ ଅନୁପ୍ରବେଶ ଉଦ୍ୟମ କରିଛନ୍ତି । ଏଥିରେ ଶତାଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ଖବର ମଧ୍ୟ ସମ୍ନାକୁ ଆସିଛି ।

Govt

Comments are closed.