ଆମ୍ବ ସୁଜି କେକ୍‌

ସାମଗ୍ରୀ – ଏକ କପୁ ସୁଜି, ଅକ କପ୍‌ ଆମ୍ବ ରସ, ଅଳ୍ପ ପରିମାଣ ତେଲ, ଚିନି ସ୍ୱାଦ ଅନୁସାରେ, ଏକ ଚାମଚ ବେକିଂ ପାଉଡର, କଟା ଆଲମଣ୍ଡ ।

ପ୍ରଣାଳୀ – ପ୍ରଥମେ ଓଭାନ୍‌କୁ ୧୭୦ରେ ପ୍ରି ହିଟ୍‌ କରି ନିଅନ୍ତୁ । ବର୍ତ୍ତମାନ ଚିନି, ଲୁଣ ଓ ବେକିଂ ପାଉଡରକୁ ସୁଜି ସହିତ ମିଶାଇ ନିଅନ୍ତୁ । ଏହାପରେ ଏଥିରେ ତେଲକୁ ଭଲ କରି ମିଶାଇ ନିଅନ୍ତୁ । ଶେଷରେ ଏହି ମିଶ୍ରଣରେ ଆମ୍ବ ରସ ମିଶାନ୍ତୁ । ସମସ୍ତ ସାମଗ୍ରୀ ମିଶାଇବା ପରେ ଏହାକୁ ୧୦ରୁ ୧୫ ମିନିଟ୍‌ ପାଇଁ ବାହାରେ ରଖିଦିଅନ୍ତୁ । ତାପରେ ଏହାକୁ କେକ୍‌ ଟ୍ରେରେ ତେଲ ଲଗାଇ ମିଶ୍ରଣକୁ ରଖି ଓଭାନରେ ରଖନ୍ତୁ । ଏହାକୁ ୩୦ରୁ ୩୫ ମିନିଟ୍‌ ଯାଏ ବେକ କରନ୍ତୁ । ପ୍ରସ୍ତୁତ ହୋଇଗଲା ଆମ୍ବ ସୁଜି କେକ୍‌ । ଶେଷରେ ଉପରେ କଟା ଆଲମଣ୍ଡ ପକାନ୍ତୁ ।

Govt

Comments are closed.