ନୂଆଦିଲ୍ଲୀ: ମାର୍ଚ୍ଚ ୧୭: ଆଇପିଏଲ ୨୦୨୨ ପାଇଁ କମର କଶିଛନ୍ତି ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ରୋହିତ ଶର୍ମା । ଦଳକୁ ପୁଣି ଥରେ ଚାମ୍ପିଅନ କରିବାକୁ ଲାଗି ପଡିଛନ୍ତି । ଖବର ଅନୁଯାଇ ଆଇପିଏଲ ମାର୍ଚ୍ଚ ୨୬ରୁ ଆରମ୍ଭ ହେବ । ପ୍ରଥମ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ ଓ ଚେନ୍ନାଇ ସୁପର କିଙ୍ଗସ ମୁହାଁମୁହିଁ ହେବେ । ତେବେ ମ୍ୟାଚକୁ ନିଜ ହାତରେ ଆଣିବା ପାଇଁ କରୁଛନ୍ତି ଜୋରଦାର ପ୍ରୟାସ । ଏହା ସହିତ ଏବେ ରୋହିତ ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ୍ ସିରିଜ ପରେ ଜସପ୍ରିତ ବୁମରାହଙ୍କ ସହ ମୁମ୍ବାଇ କ୍ୟାମ୍ପରେ ଯୋଗଦେଇ ନିଜ ପରିବାରଙ୍କ ସହ ମଧ୍ୟ ଭେଟିବାର ସମୟ ପାଇଛନ୍ତି ।ସେ ନିଜ ଇନଷ୍ଟାଗ୍ରାମରେ ପରିବାର ସହ ଫଟୋ ମଧ୍ୟ ପୋଷ୍ଟ କରିଛନ୍ତି । ଏବଂ କହିଛନ୍ତି ଯେ ମ୍ୟାଚ୍ ପୂର୍ବରୁ ସାମାନ୍ୟ ମାନସିକ ସ୍ତରରେ ଫ୍ରେସ ହେବା ନିହାତି ଆବଶ୍ୟକ। ସୂଚନାଯୋଗ୍ୟ, ଅଧିନାୟକ ଭାବେ ରୋହିତଙ୍କ ନେତୃତ୍ୱରେ ୧୪ଟି ଅନ୍ତରାଷ୍ଟ୍ରୀୟ ମୁକାବିଲାରେ ଭାରତ ସବୁ ମ୍ୟାଚ୍ ଜିତିଛି ।

Comments are closed.