କରୋନା କାରଣରୁ ମାସ୍କର ବ୍ୟବହାର ବଢିଛି । ବଜାରରେ ବିଭିନ୍ନ ଧରଣର ମାସ୍କ ମିଳୁଛି, ଯେଉଁଗୁଡିକ କପଡ଼ା ସହିତ ବିଭିନ୍ନ ସାମଗ୍ରୀରୁ ପ୍ରସ୍ତୁତ କରାଯାଉଛି । ତେବେ ବ୍ୟବହୃତ ମାସ୍କ ବର୍ତ୍ତମାନ ପାଇଁ ପରିବେଶ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି । ବ୍ୟବହୃତ ମାସ୍କ ଏଣେତେଣେ ପଡିବା ଫଳରେ ପରିବେଶ ପ୍ରଦୂଷଣ ବଢୁଛି । ତେବେ ଏହାକୁ ରୋକିବା ପାଇଁ ବିଭିନ୍ନ ପ୍ରକାରର ବାଓଡିଗ୍ରେଡେବୁଲ୍ ମାସ୍କ ପ୍ରସ୍ତୁତ କରାଯାଉଛି ।
ସେହି କ୍ରମରେ ଭାରତୀୟ ବୈଜ୍ଞାନିକ ମାନେ ଏକ ପ୍ରକାର ପରିବେଶ ଉପଯୋଗୀ ମାସ୍କ ପ୍ରସ୍ତୁତ କରିଛନ୍ତି ଯାହା ବାଓଡିଗ୍ରେଡେବୁଲ୍ ହେବା ସହିତ ଆପେ ଆପେ ଜୀବାଣୁକୁ ମଧ୍ୟ ନାଶ କରୁଛି । ଏହା ବିଭିନ୍ନ ପ୍ରକାରର ସଂକ୍ରମଣକୁ ରୋକିବାରେ ସହାୟକ ହୋଇଥାଏ । ମାସ୍କଟିରେ କପର୍ ବେଶ୍ ଟେକ୍ନୋଲୋଜିକୁ ବ୍ୟବହାର କରାଯାଇଛି । ମାସ୍କଟିରେ ନିଶ୍ୱାସ ନେବାରେ କୌଣସି ଅସୁବିଧା ନଥିବା ବେଳେ ଏହାକୁ ସଫା କରି ପୁଣିଥରେ ବ୍ୟବହାର ମଧ୍ୟ କରିହେବ । ବର୍ତ୍ତମାନ ମାସ୍କ ପିନ୍ଧା ଉପରେ ଗୁରୁତ୍ୱ ଦିଆଯାଉଥିବାରୁ ଏହା ଲୋକଙ୍କ ପାଇଁ ବେଶ୍ ଉପଯୋଗୀ ସାବ୍ୟସ୍ତ ହେବ । ଭାରତର ଏଆର୍ସିଆଇ ଏବଂ ଅନ୍ୟ କେତେକ କମ୍ପାନି ମିଶି ଏହି ପରିବେଶ ଉପଯୋଗୀ ମାସ୍କଟିର ନିର୍ମାଣ କରିଛନ୍ତି ।

Comments are closed.