ନୁ୍ୟଜିଲାଣ୍ଡ: ବିଶ୍ୱରେ ପ୍ରଥମ ଥର ଜଣେ ମହିଳା ନୁ୍ୟଜ୍ ଆଙ୍କର ମୁହଁରେ ଟାଟୁ କରି ଇତିହାସ ରଚିଛନ୍ତି । ନୁ୍ୟଜିଲାଣ୍ଡର ୩୭ ବର୍ଷୀୟା ଓରିନୀ କେପାରା ମୁହଁରେ ଏକ ବିଶେଷ ଟାଟୁ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଓରିନୀ ନୁ୍ୟଜହବ୍ ନାମକ ଏକ ଚ୍ୟାନେଲରେ କାମ କରନ୍ତି । ସେ ଚେହେରାରେ ନୁ୍ୟଜିଲାଣ୍ଡର ଏକ ଆଦିବାସୀ ଜନଜାତିଙ୍କ ଏକ ସ୍ୱତନ୍ତ୍ର ‘ମାଓରି’ ଫେସ୍ ଟାଟୁ କରିଛନ୍ତି ।
ଏହି ପ୍ରକାର ନିଆରା ଟାଟୁ ସହ ଆକରିଂ କରୁଥିବା ଓରିନୀ ବିଶ୍ୱର ପ୍ରଥମ ମହିଳା ପାଲଟିଛନ୍ତି ଏବଂ ଇତିହାସ ସୃଷ୍ଟି କରିଛନ୍ତି । ଓରିନା ୨୭ ଡିସେମ୍ବରରେ ନୁ୍ୟଜହବ୍ ଚ୍ୟାନେଲରେ ସନ୍ଧ୍ୟା ୬ଟାର ପ୍ରାଇମ ଟାଇମ ଶୋ ହୋଷ୍ଟ କରିଥିଲେ । ଯାହା ପରେ ତାଙ୍କର ଏହି ନିଆରା ଅନ୍ଦାଜ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଶୋରେ ରେଗୁଲାର ହୋଷ୍ଟ ସାମ୍ ହାଉସ୍ ଏବଂ ମାଇକ୍ ମ୍ୟାକ୍ ରୋବଟର୍ସ ଉପସ୍ଥିତ ନଥିବାରୁ ସେଦିନ ତାଙ୍କ ସ୍ଥାନରେ ଓରିନୀ ନୁ୍ୟଜ ପଢ଼ିଥିଲେ ।
ଖାସ୍ ଟାଟୁ ସହ ପ୍ରାଇମ ଟାଇମ ନୁ୍ୟଜ ଆକରିଂ ତାଙ୍କୁ ବିଶ୍ୱ ପରିଚିତ କରାଇପାରିଛି । ସୂଚନା ଅନୁଯାୟୀ ଓରିନୀ ୨୦୧୭ରେ ଏହି ଟାଟୁ କରାଇଥିଲେ । ତେବେ ଏହି ଟାଟୁ କରିବା ପଛରେ ମଧ୍ୟ ଏକ କାହାଣୀ ରହିଛି । ଆଙ୍କର ଓରିନୀ ୨୦୧୭ରେ ତାଙ୍କର ଡିଏନଏ ଟେଷ୍ଟ କରାଇଥିଲେ, ଯେଉଁଥିରେ ଜଣାପଡ଼ିଥିଲା ଯେ ସେ ୧୦୦ ପ୍ରତିଶତ ମାଓରି ଜନଜାତିର ।
ଯାହା ପରେ ସେ ମାଓରି ଜନଜାତି ସହ ଜଡ଼ିତ ପାରମ୍ପରିକ ଟାଟୁ ତାଙ୍କ ମୁହଁରେ କରାଇଥିଲେ । ମୁହଁର ଟାଟୁ ଏବଂ ଭିନ୍ନଶୈଳୀରେ ନୁ୍ୟଜ ପରିବେଷଣ ଯୋଗୁଁ ସୋସିଆଲ ମିଡିଆ ୟୁଜର୍ସ ଆଶା ରଖିଛନ୍ତି ଯେ ଓରିନୀଙ୍କୁ ଖୁବଶୀଘ୍ର ପ୍ରାଇମ ଟାଇମର ସ୍ଥାୟୀ ଆଙ୍କର ଭାବେ ଗ୍ରହଣ କରାଯାଉ ।

Comments are closed.