ଶିଶୁ ସୁରକ୍ଷା କ୍ଷେତ୍ରରେ ଉକ୍‌ୃଷ୍ଠ କାର୍ଯ୍ୟପାଇଁ ବୌଦ୍ଧ ଜିଲ୍ଲାପାଳ ସମ୍ମାନିତ

ବୌଦ୍ଧ : ନଭେମ୍ବର ୦୨: ଶିଶୁମାନଙ୍କ ସୁରକ୍ଷା କ୍ଷେତ୍ରରେ ଉକ୍‌ୃଷ୍ଟ କାର୍ଯ୍ୟପାଇଁ ଓଡିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ, ଭୁବନେଶ୍ୱର ପକ୍ଷରୁ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କୁ ସମ୍ମାନୀତ କରିଛି । ଆୟୋଗର ପ୍ରତିଷ୍ଠା ଦିବସ ପାଳନ ଅବସରରେ କିଟ୍‌ ଭୁବନେଶ୍ୱର ଠାରେ ଆଯୋଜିତ କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଅନୁ ଗର୍ଗଙ୍କ ଦ୍ୱାରା ଜିଲ୍ଲାପାାଳ ମିଶ୍ରଙ୍କୁ ଏହି ସମ୍ବର୍ଦ୍ଧନା ପ୍ରଦାନ କରାଯାଇ ଥିଲା । ଏହି କାର୍ଯ୍ୟକ୍ରମରେ ଓଡିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ, ପୋଲିସ ମହା ନିର୍ଦ୍ଦେଶକ ଅଭୟ, ୟୁନିସେଫର ରାଜ୍ୟ ମୁଖ୍ୟ ମୋନିକା ନେଲସନ, ଓଡିଶା ରାଜ୍ୟ ଭିନ୍ନକ୍ଷମ ଆୟୋଗ ଅଧ୍ୟକ୍ଷା ସୁଲୋଚନା ଦାସ, ଶ୍ରମବୋର୍ଡ ଅଧ୍ୟକ୍ଷ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାଏକ ଓ ପୂର୍ବତନ ସାଂସଦ ପ୍ରଶନ୍ନ ପାଟ୍ଟସାଣୀ ପ୍ରମୁଖ ଉପସ୍ଥିତ ଥିଲେ । ଶିଶୁମାନଙ୍କୁ ସୁରକ୍ଷା ପ୍ରଦାନ କରିବା ପାଇଁ ଗ୍ରାମ ପଞ୍ଚାୟତ, ବ୍ଲକ ଓ ଜିଲ୍ଲାସ୍ତରରେ ଥିବା ସମସ୍ତ କମିଟିଗୁଡିକୁ ସକ୍ରିୟ କରିବା, ଅଣ-ଅନୁଷ୍ଠାନିକ ସେବା ଅନୁଷ୍ଠାନ ମାଧ୍ୟମରେ ଶିଶୁଙ୍କୁ ସୁରକ୍ଷାକୁ ସୁନିଶ୍ଚିତ କରିବା ଏବଂ ବାଲ୍ୟବିବାହ, ଶିଶୁ ଶ୍ରମିକ ଏବଂ ଶିଶୁକୁ ଯୌନ ଶୋଷଣରୁ ସୁରକ୍ଷା ପ୍ରଦାନ ଆଇନଗୁଡିକର ବ୍ୟାପକ ସଚେତନତା କରିବାକୁ ପ୍ରାଧାନ୍ୟ ଦିଆଯାଇଥିବା ଜଣାପଡିଛି ।

ଜିଲ୍ଲାରେ ଶିଶୁସୁରକ୍ଷା ପାଇଁ କାର୍ଯ୍ୟରତ ଶିଶୁ ମଙ୍ଗଳ ସମିତି, ଶିଶୁ ସୁରକ୍ଷା ୟୁନିଟ ଏବଂ କିଶୋର ନ୍ୟାୟବୋର୍ଡ ମଧ୍ୟ ଗୋଟିଏ ପରିସରରେ କାର୍ଯ୍ୟକାରୀ କରାଯାଇ ଶିଶୁସୁରକ୍ଷାକୁ ସୁନିଶ୍ଚିତ କରାଯାଇଅଛି । ଜିଲ୍ଲାକୁ ବାଲ୍ୟ ବିବାହ ମୁକ୍ତ କରିବାକୁ ପ୍ରୟାସ ଆରମ୍ଭ କରାଯାଇ ୧୮୧ ଗ୍ରାମକୁ ବାଲ୍ୟ ବିବାହ ମୁକ୍ତ ଘୋଷଣା କରାଯାଇଅଛି । ଏହାସହ ଗତ ବର୍ଷକ ମଧ୍ୟରେ ଜିଲ୍ଲାରେ ହେବାକୁ ଥିବା ୬୩ ଗୋଟି ବାଲ୍ୟ ବିବାହକୁ ସଫଳତାରସହ ରୋକାଯାଇପାରିଛି । ଏହି ସମ୍ମାନ ପାଇଁ ଜିଲ୍ଲାପାଳ ମିଶ୍ର ଜିଲ୍ଲାରେ ଶିଶୁ ମାନଙ୍କ ପାଇଁ କାଯ୍ୟକରୁଥିବା ସମସ୍ତ ଅଧିକାରୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର କର୍ମଚାରୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ସିଡିପିଓ, ଶିଶୁ ମଙ୍ଗଳ କମିଟି, ଚାଇଲï ଲାଇନ କର୍ମକର୍ତ୍ତା ଓ ଜିଲ୍ଲାରେ ଶିଶୁମାନଙ୍କ ପାଇଁ କାମକରୁଥିବା ସମସ୍ତ ସେ୍ୱଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତାଙ୍କୁ ଏହି ସଫଳତା ପାଇଁ ଧନ୍ୟବାଦ ଜଣାଇଛି ।

Govt

Comments are closed.