ଆମେରିକା: ଏକ ବର୍ଷର ଶିଶୁ ସାଧାରଣତଃ ଶୋଇବା, ଖାଇବା ଓ ଖେଳିବା ଛଡା ଅନ୍ୟ କିଛି କାର୍ଯ୍ୟ କରିନଥାଏ । ହେଲେ ବର୍ତ୍ତମାନ ସମୟ ବଦଳିବାରେ ଲାଗିଛି । ଆଜିର ଶିଶୁମାନେ ଢେର ଆଗକୁ ଯାଉଛନ୍ତି । ଆଜିକାଲି ଏକ ବର୍ଷରେ ଶିଶୁମାନେ ଅନ୍ଲାଇନ୍ରେ ଇନ୍ଫ୍ଲìଏନ୍ସର ଭାବେ କାର୍ଯ୍ୟ କରୁଛନ୍ତି । କେବଳ ଏତିକି ନୁହେଁ ସେମାନେ ଏହି କାର୍ଯ୍ୟକରି ଅର୍ଥ ମଧ୍ୟ ଉପାର୍ଜନ କରୁଛନ୍ତି । କଥାଟି ଶୁଣିବାକୁ ଅଜବ ଲାଗିଲେ ମଧ୍ୟ ସତ । ଆମେରିକାର ଏକ ବର୍ଷର ବାଳକ ବ୍ରିଗିସ୍ ଡାରିଙ୍ଗଟୋନ୍ ବର୍ତ୍ତମାନ ବିଶ୍ୱର ସବୁଠାରୁ ଛୋଟ ଟ୍ରାଭେଲ୍ ବ୍ଲଗର ସହିତ ଇନ୍ଫ୍ଲìଏନ୍ସର ଭାବେ କାର୍ଯ୍ୟ କରୁଛନ୍ତି । ସେ ମାସକୁ ପ୍ରାୟ ୭୫ ହଜାର ଟଙ୍କା ରୋଜଗାର ମଧ୍ୟ କରୁଛନ୍ତି । ତେବେ ଘଟଣାଟି ଆପଣଙ୍କୁ ଦ୍ୱନ୍ଦରେ ପକାଉଥିବ, ଏତେ କମ ବୟସରେ ଏତେ ରୋଜଗାର ।
ସୂଚନା ଅନୁଯାୟୀ, ଶିଶୁଟି ଜନ୍ମ ହେବାଠାରୁ ତାର ମା ତାର ସମସ୍ତ କାର୍ଯ୍ୟକଳାପକୁ ପୋଷ୍ଟ କରିବା ଆରମ୍ଭ କରିଥିଲେ । ଶିଶୁଟି ମାତ୍ର ତିନି ସପ୍ତାହର ହୋଇଥିବାବେଳଠାରୁ ବୁଲିବା ଆରମ୍ଭ କରିଥିଲା । ସେ ପ୍ରାୟ ୪୫ଟି ବିମାନରେ ଯାତ୍ରା କରିସାରିଥିବା ବେଳେ ୧୬ଟି ୟୁଏସ୍ ଷ୍ଟେଟ୍ ବୁଲିସାରିଛି । ଏହାସହିତ ସେ ସମସ୍ତ ବଡବଡ ଚିଡିଆ ଖାନା, ପାର୍କ, ସମୁଦ୍ରକୂଳ ବୁଲି ସାରିଲାଣି । ଶିଶୁଟିର ମାଆ ଏକ ବ୍ଲଗ୍ର ଭାବେ କାମ କରୁଥିଲେ । ହେଲେ ସେ ଗର୍ଭବତୀ ହେବା ପରେ ତାଙ୍କ ବୃତ୍ତିଗତ ଜୀବନରେ ସମସ୍ୟା ଦେଖାଯିବା ଆରମ୍ଭ ହୋଇଥିଲା । ହେଲେ ସେ କୌଣସି ପ୍ରକାରରେ ନିଜ ବ୍ଲଗ୍ ବନ୍ଦ କରିବାକୁ ଚାହୁଁ ନଥିଲେ । ତେଣୁ ସେ ଶିଶୁଙ୍କ ଟ୍ରାଭେଲ୍ ଉପରେ ଇଣ୍ଟରନେଟ୍ରେ ଖୋଜିବା ଆରମ୍ଭ କରିଥିଲେ । ହେଲେ ସେ ଏନେଇ କୌଣସି ଭିଡିଓ ପାଇନଥିଲେ । ତେଣୁ ସେ ନିଷ୍ପତ୍ତି ନେଇଥିଲେ କି ଶିଶୁଙ୍କ ଟ୍ରାଭେଲ୍ ଉପରେ ଭିଡିଓ ତିଆରି କରିବେ । ଯାହା ଆଜି ତାଙ୍କୁ ଏତେ ସଫଳତା ଦେଇଛି ।

Comments are closed.