ଆଳୁ ଗାଜର ସାଲାଡ୍‌

ସାମଗ୍ରୀ : ୨ଟି ଆଳୁ, ଗୋଟିଏ ଗାଜର, ୫ରୁ ୬ ଚେରି ଟମାଟର୍‌, ଏକ ଚାମଚ କ୍ରିମ୍‌, ଅଧା ଚାମଚ ଲଙ୍କା ଗୁଣ୍ଡ, ଅଳ୍ପ କିଛି ଅରିଗାନୋ,
ପ୍ରଣାଳୀ : ପ୍ରଥମେ ଆଳୁକୁ ଚୋପା ସହିତ ସିଝାଇ ନିଅନ୍ତୁ । ପ୍ୟାନ୍‌ରେ ତେଲ ଗରମ କରି ଏଥିରେ ଆଳୁକୁ ଗୋଲ ଗୋଲ କରି କାଟି ଭାଜନ୍ତୁ । ଏହାସହିତ ଗାଜର ଓ ଟମାଟୋ ପକାଇ ଭାଜନ୍ତୁ । ଅଳ୍ପ ଭାଜିହେବା ପରେ ଏଥିରେ ଲଙ୍କାଗୁଣ୍ଡ ଓ ଲୁଣ ପକାନ୍ତୁ । ଭଲକରି ଭାଜିହେବା ପରେ ଆଞ୍ଚ ବନ୍ଦ କରି ନିଅନ୍ତୁ । ଶେଷରେ ଏଥିରେ କ୍ରିମ୍‌ ଓ ଅରିଗାନୋ ପକାନ୍ତୁ ।

Comments are closed.