ରାଇସ କୁକ୍‌ରକୁ ବିବାହ

ଦୁନିଆରେ ଅନେକ ଅଜବ ବିବାହ ଭାଇରାଲ ହୋଇଥାଏ । କିଏ କେ„ଇକୁ ବିବାହ କରିଥାଏ ତ ଆଉ କିଏ ତକିଆକୁ । ତେବେ ଆଜି କାଲି ଗୋଟିଏ ବିବାହ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ବିବାହ ମଣିଷ ଓ ମଣିଷ ମଧ୍ୟରେ ନୁହେଁ ବରଂ ମଣିଷ ଓ ରାଇସ୍‌ କୁକ୍‌ର ମଧ୍ୟରେ । କଥାଟି ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ସତ । ସୋସିଆଲ ମିଡିଆରେ ଘଟଣାଟି ବେଶ୍‌ ଭାଇରାଲ ହେବାରେ ଲାଗିଛି । ଜଣେ ବ୍ୟକ୍ତି ଏକ ଫିଲିଫ୍ସର ରାଇସ କୁକ୍‌ରକୁ ବିବାହ କରିବା ନେଇ ସୋସିଆଲ ମିଡିଆରେ ସୂଚନା ଦେଇଥିଲେ । ଏହା ପଛର କାରଣ ମଧ୍ୟ ବେଶ୍‌ ରୋଚକ । ରାଇସ୍‌ କୁକ୍‌ରଟି କେବଳ କମ କଥା କହିପାରୁଥିବାରୁ ବ୍ୟକ୍ତି ଜଣଙ୍କ ତାକୁ ବିବାହ କରିଥିଲେ । ହେଲେ କିଛି ଦିନ ପରେ ସେ ଏହାକୁ ଛାଡପତ୍ର ମଧ୍ୟ ଦେଇଥିବା ଜଣାପଡିଥିଲା । ଛାଡପତ୍ର ପଛର କାରଣ କୁକ୍‌ରଟି କେବଳ ଭାତ ରାନ୍ଧିଥାଏ । ତେଣୁ ସେ ଏହାକୁ ଛାଡପତ୍ର ଦେଇଛନ୍ତି । ଘଟଣାଟି ସୋସିଆଲ ମିଡିଆରେ ଲୋକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଉଛି ।

Govt

Comments are closed.