ମାଛର ବିରଳ ସର୍ଜରୀ

ଆପଣ ଅନେକ ଥର ବିରଳ ସର୍ଜରୀ ବିଷୟରେ ପଢ଼ିଥିବେ କିମ୍ବା ଶୁଣିଥିବେ । ହେଲେ ନିକଟରେ ଏପରି ଏକ ବିରଳ ସର୍ଜରୀ ସମ୍ପର୍କରେ ଖବର ସାମ୍ନାକୁ ଆସିଛି, ଯାହା ସମସ୍ତଙ୍କୁ ଚକିତ କରିଛି । କୌଣସି ମନୁଷ୍ୟଠାରେ ନୁହେଁ ବରଂ ଏକ ମାଛ ଶରୀରରେ ଏହି ସର୍ଜରୀ ହୋଇଛି । ୧୨ ବର୍ଷର ଏକ ସୁନେଲୀ ମାଛ (ଗୋଲï ଫିଶ୍‌)ର ଆଖିର ଅପରେସନ୍‌ କରାଯାଇଛି । ‘ଡୋଟି’ ନାମକ ଏହି ଗୋଲï ଫିଶ୍‌ର ବାମପଟ ଆଖିରେ ଏକ ବଡ଼ ଟୁ୍ୟମର ହୋଇଯାଇଥିଲା, ଯାହାଦ୍ୱାରା ଏହି ମାଛ ଦୃଷ୍ଟିଶକ୍ତି ହରାଇ ବସିଥାନ୍ତି । ହେଲେ ଡାକ୍ତରମାନଙ୍କ ପ୍ରଚେଷ୍ଟାରେ ପ୍ରାୟ ଏକ ଘଣ୍ଟା ଧରି ଅପରେସନ୍‌ ପରେ ମାଛର ଆଖିକୁ ବଞ୍ଚାଇଥିଲେ । ଖବର ଅନୁଯାୟୀ ଡୋଟି ଗୋଲï ଫିଶ୍‌ର ମାଲିକାଣୀ କେରୋଲିନ୍‌ ମୈକହଘ୍‌ ସ୍କର୍ଟଲ୍ୟାଣ୍ଡର ଗ୍ଲୋସଗୋର ବାସିନ୍ଦା । ୩୫ ବର୍ଷୀୟା କେରୋଲିନ ପେଶାରେ ଜଣେ ପଶୁ ଡାକ୍ତର । ଥରେ ସେ ଦେଖିବାକୁ ପାଇଲେ ଯେ ତାଙ୍କର ପୋଷା ଗୋଲï ଫିଶ୍‌ର ଆଖି ଲାଲ ପଡ଼ିଯାଇଛି । ଏହାପରେ କେରୋଲିନ ତାକୁ ହସ୍ପିଟାଲ ନେବା ପରେ ଜଣାପଡ଼ିଥିଲା ଯେ ଡୋଟିର ବାମ ଆଖିରେ ଟୁ୍ୟମର ହୋଇଛି । ଏହାପରେ ଡୋଟିର ସ୍ଥିତି ଦେଖି ଡାକ୍ତରମାନେ ତୁରନ୍ତ ସର୍ଜରୀ କରିଥିଲେ । ପ୍ରାୟ ଏକ ଘଣ୍ଟାର ଅପରେସନରେ ଡାକ୍ତରମାନେ ଡୋଟିର ଆଖିରୁ ଟୁ୍ୟମର କାଢିବାରେ ସଫଳ ହୋଇଥିଲେ । କେରୋଲିନଙ୍କ କହିବା ଅନୁଯାୟୀ, ସର୍ଜରୀର ତିନି ଦିନ ପରେ ଡୋଟି ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହୋଇଥିଲା । ଅପରେସନ୍‌ କରିଥିବା ଡାକ୍ତରମାନେ କହିଛନ୍ତି ଯେ ଏହି ବିରଳ ସର୍ଜରୀ ତାଙ୍କ ପାଇଁ ଏକପ୍ରକାରର ଚ୍ୟାଲେଞ୍ଜିଂ ଥିଲା ।

Govt

Comments are closed.