ଗାଲେ ଟେଷ୍ଟ: ଶ୍ରୀଲଙ୍କା ୩୩୩ ରନରେ ଅଗ୍ରଣୀ, ମହମ୍ମଦ ନୱାଜ୍‌ଙ୍କୁ ୫ ୱିକେଟ୍‌

କଲମ୍ବୋ : ଶ୍ରୀଲଙ୍କା ଓ ପାକିସ୍ତାନ ଟେଷ୍ଟ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ ରୋଚକ ସ୍ଥିତିରେ ପହଞ୍ଚିଛି । ଶ୍ରୀଲଙ୍କା ପ୍ରଥମ ଇନିଂସରେ ୨୨୨ ରନ୍‌ ଓ ପାକିସ୍ତାନ ୨୧୮ ରନ୍‌ କରିଥିଲା । ତୃତୀୟ ଦିବସ ଷ୍ଟମ୍ପଅପସାରଣ ସୁଧା ଶ୍ରୀଲଙ୍କା ଦ୍ୱିତୀୟ ଇନିଂସ ବ୍ୟାଟିଂ ଆରମ୍ଭ କରି ୯୬ ଓଭରରେ ୯ ୱିକେଟ୍‌ ହରାଇ ୩୩୮ ରନ୍‌ କରିଛି ।

ଗାଲେ ଟେଷ୍ଟ: ଶ୍ରୀଲଙ୍କା ୩୩୩ ରନରେ ଅଗ୍ରଣୀ, ମହମ୍ମଦ ନୱାଜ୍‌ଙ୍କୁ ୫ ୱିକେଟ୍‌
ଏଥିସହ ଶ୍ରୀଲଙ୍କା ୩୩୩ ରନ୍‌ର ଗୁରୁତ୍ୱପୂର୍ଣ୍ଣ ଅଗ୍ରଣୀ ହାସଲ କରିଛି । ମ୍ୟାଚ୍‌ର ଆଉ ଦୁଇ ଦିନ ଖେଳ ବାକିଥିବାରୁ ଫଳାଫଳ ବାହାରିବା ନିଶ୍ଚିତ ହୋଇଛି । ପାକିସ୍ତାନର ମହମ୍ମଦ ନୱାଜ୍‌ ୫ ୱିକେଟ୍‌ ଅକ୍ତିଆର କରି ଶ୍ରୀଲଙ୍କାର ବଡ଼ ସ୍କୋର ଆଶାକୁ ଫିMା କରିଦେଇଛନ୍ତି ।

ତୃତୀୟ ଦିନ ଅସମାପ୍ତ ଦ୍ୱିତୀୟ ଇନିଂସ ୩୬/୧ରୁ ପାଳି ଆରମ୍ଭ କରିଥିଲା ଶ୍ରୀଲଙ୍କା । ଫର୍ଣ୍ଣାଣ୍ଡୋ ୧୭ ଓ ରଜିଥା ୩ ରନ କରି ଅପରାଜିତ ଥିଲେ । ଫର୍ଣ୍ଣାଣ୍ଡୋ ୧୨୫ ବଲ୍‌ର ସମ୍ମୁଖିନ ହୋଇ ୬ଟି ଚୌକା ଓ ଗୋଟିଏ ଛକା ସହାୟତାରେ ୬୪ ରନ୍‌ କରି ପାଭିଲିୟନ୍‌ ଫେରିଥିଲେ । ରଜିଥା ମାତ୍ର ୭ ରନ୍‌ କରିପାରିଥିଲେ । କୁଶଲ ମେଣ୍ଡିସ ୭୬ ରନ୍‌, ଦିନେଶ ଚାଣ୍ଡିମଲ ଅପରାଜିତ ୮୬ ରନ୍‌, ଧନଞ୍ଜୟ ଡି ସିଲଭା ୨୦, ନିରୋସାନ ଡିକ୍‌େୱଲା ୧୨, ରମେଶ ମେଣ୍ଡିସ୍‌ ୨୨, ମହେଶ ଥେକ୍‌ସାନା ୧୧ ରନ୍‌ କରିଛନ୍ତି । ଷ୍ଟମ୍ପଅପସାରଣ ବେଳକୁ ପାର୍ଥ ଜୟସୁରିଆ ୪ ରନ୍‌ କରି ଅପରାଜିତ ଥିଲେ । ପାକିସ୍ତାନର ମହମ୍ମଦ ନୱାଜ ୫ଟି, ୟାସିର ଶାହ ୩ଟି ଓ ହାସନ ଅଲ୍ଲୀ ଗୋଟିଏ ୱିକେଟ୍‌ ସଫଳତା ହାସଲ କରିଥିଲେ ।

Govt

Comments are closed.