ଦେଶର ସବୁଠାରୁ ବଡ ନାନ ମିଳୁଛି ହାଇଦ୍ରାବାଦରେ । ହାଇଦ୍ରାବାଦ ସବୁବେଳେ ନିଜର ଖାଦ୍ୟ ପାଇଁ ସାରା ଦେଶରେ ଖୁବ ପରିଚିତ । ଏଠିକାର ବିରିୟାନୀ ଓ ଇରାନୀ ଚାୟ ପାଇଁ ଏହା ସାରା ଦେଶରେ ପ୍ରସିଦ୍ଧ । ତେବେ ବର୍ତ୍ତମାନ ଏକ ନୂଆ ବ୍ୟଞ୍ଜନ ଖୁବ ଚର୍ଚ୍ଚାରେ ରହିଛି । ଏଠାରେ ୨୭ ଇଞ୍ଚର ନାନ ମିଳୁଛି, ଯାହାକୁ ଦେଶର ସବୁଠାରୁ ବଡ ନାନର ଆଖ୍ୟା ମିଳିଛି । ଏହାକୁ ଶାହି ନାନ ବୋଲି ସେଠିକାର ଲୋକ ସମ୍ଭୋଧନ କରୁଛନ୍ତି । ଏହାର ଆକାର ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଏହାକୁ ନାନ ମାନଙ୍କର ବାଦଶାହ ବୋଲି କୁହାଯାଇଛି । ସେହିଭଳି ଏହି ନାନ କେବଳ ଏହାର ଆକାର ନୁହେଁ ସ୍ୱାଦ ପାଇଁ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହାର ସ୍ୱାଦ ଖୁବ ସ୍ୱାଦିଷ୍ଟ ଥିବାରୁ ଏହାକୁ ଖାଇବାକୁ ଲୋକଙ୍କର ଭିଡ ଯମୁଛି ।
