ମହମ୍ମଦ ସିରାଜଙ୍କୁ ଦ୍ବିତୀୟ ଥର ପାଇଁ ଶ୍ରେଷ୍ଠ ଫିଲ୍ଡର ପଦକ ପ୍ରଦାନ କଲେ ଯୁବରାଜ ସିଂହ

ନ୍ୟୁୟର୍କ: ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସିରାଜ ତିନିଟି ମ୍ୟାଚ୍ ଭିତରେ ଦ୍ବିତୀୟ ଥର ପାଇଁ ଶ୍ରେଷ୍ଠ ଫିଲ୍ଡର ପଦକ ପିନ୍ଧିଛନ୍ତି। ଆମେରିକାକୁ ଭାରତ ୭ ୱିକେଟ୍ରେ ପରାଜିତ କରିବା ପରେ ସିରାଜଙ୍କୁ ଭାରତୀୟ ଡ୍ରେସିଂ ରୁମ୍ରେ ପୂର୍ବତନ କ୍ରିକେଟର୍ ଯୁବରାଜ ସିଂହ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ମ୍ୟାଚ୍ର ପଞ୍ଚଦଶ ଓଭରରେ ଆମେରିକାର ନୀତୀଶ କୁମାର ୨୩ ବଲ୍ରୁ ୨୭ ରନ୍ ସଂଗ୍ରହ କରି ଭାରତ ପାଇଁ ବିପଦ ହେବାକୁ ଯାଉଥିଲେ। କିନ୍ତୁ ଅର୍ଶଦୀପ ସିଂହଙ୍କୁ ଛକା ମାରିବାକୁ ପ୍ରୟାସ କରି ନୀତୀଶ ବାଉଣ୍ଡରି ପାଖରେ ସିରାଜଙ୍କ ହାତରେ ଧରାପଡ଼ିଥିଲେ। ସିରାଜ ଉଚ୍ଚକୁ ଡେଇଁ କ୍ୟାଚ୍ ନେବା ସହ ପଛୁଆ ପଡ଼ିଥିଲେ ମଧ୍ୟ ବଲ୍ ଉପରୁ ନିୟନ୍ତ୍ରଣ ହରାଇ ନଥିଲେ। ଯୁବରାଜ ପଦକ ପ୍ରଦାନ ବେଳେ ଅର୍ଶଦୀପ, ସୂର୍ଯ୍ୟକୁମାର, ଶିବମଙ୍କ ଚମତ୍କାର ପ୍ରଦର୍ଶନକୁ ପ୍ରଶଂସା କରିଥିଲେ। ପଦକ ପାଇବା ପରେ ସିରାଜ ମଧ୍ୟ ଗତ ବିଶ୍ବକପ୍ର ପ୍ରତ୍ୟେକ ମ୍ୟାଚ୍ରେ ଏହି ପଦକର ଦାବିଦାର ହୋଇଥିଲେ ମଧ୍ୟ କେବେ ପାଇ ନଥିବା କହିଥିଲେ। କିନ୍ତୁ କଠିନ ପରିଶ୍ରମ କେବେ ବୃଥା ଯାଏନି ବୋଲି ସେ ତାଙ୍କ ପ୍ରତିକ୍ରିୟାରେ କହିଥିଲେ।

Govt

Comments are closed.