ମଙ୍ଗଳରେ ଛତୁ

ନାସାର ଏକ ପୁରୁଣା ଫଟୋ ବର୍ତ୍ତମାନ ଖୁବ ଭାଇରାଲ ହେବାରେ ଲାଗିଛି । ଏହି ଫଟୋରେ ଥିବା ଏକ ପଦାର୍ଥ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବାରେ ଲାଗିଛି । ୨୦୧୩ରେ ଉଠାଯାଇଥିବା ଏହି ଫଟୋରେ ଛତୁ ଭଳି କିଛି ପଦାର୍ଥର ଛବି ଦେଖିବାକୁ ମିଳିଛି । ଯାହାକୁ ଇଣ୍ଟରନେଟ୍‌ରେ ୟୁଜର୍ସମାନେ ଛତୁ ବୋଲି ଆକଳନ କରୁଛନ୍ତି । ତେବେ ଏନେଇ କୌଣସି ସ୍ପେସ୍‌ ଏଜେନ୍ସିର ପ୍ରତ୍ରିକ୍ରିୟା ମିଳି ନାହିଁ । ସୋସିଆଲ ମିଡିଆରେ ଜଣେ ୟୁଜର୍ସ ଏହି ଫଟୋ ପୋଷ୍ଟ କରିବା ପରେ ଏହା ଭାଇରାଲ ହେବାରେ ଲାଗିଛି । ଯଦି ଏହା ସତ ଛତୁର ଫଟୋ ହୋଇଥାଏ ତେବେ ମଙ୍ଗଳରେ ଜୀବନ ନେଇ ବୈଜ୍ଞାନିକଙ୍କୁ ଏକ ବଡ ସୁରାକ ମିଳିବ ବୋଲିୟୁଜର୍ସମାନେ ମତ ଦେଇଛନ୍ତି । ସେହିଭଳି କିଛି ୟୁଜର୍ସ ଏହା ଉପରେ ବୈଜ୍ଞାନିକଙ୍କୁ ଦୃଷ୍ଟି ଦେବାକୁ ଅନୁରୋଧ କରୁଥିବା ମଧ୍ୟ ଦେଖିବାକୁ ମିଳିଛି ।

Govt

Comments are closed.