ଟ୍ରେନ୍ ଯାତ୍ରା ଭାରତରେ ଖୁବ ପରିଚିତ । ଭାରତରେ ବିଭିନ୍ନ ପ୍ରକାରର ଟ୍ରେନ୍ ଦେଖିବାକୁ ମିଳିଥାଏ ଲୋକାଲ ପାସେଞ୍ଜର ଠାରୁ ଆରମ୍ଭ କରି ଏକ୍ସପ୍ରେସ ସବୁ ପ୍ରକାରର ଟ୍ରେନର ବ୍ୟବହାର ଭାରତୀୟ କରିଥାଆନ୍ତି । ତେବେ ଭାରତରେ ଚାଲୁଥିବା ବିଭିନ୍ନ ପ୍ରକାର ଟ୍ରେନ୍ ଭିତରେ ରହିଛି ସବୁଠାରୁ ଲମ୍ବା ଟ୍ରେନ୍ ଯାହା ଅନେକ ସମୟରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥାଏ । ଏହି ଟ୍ରେନ୍ର ନାଁ ହେଉଛି ସୁପର ବାସୁକି ଯାହା ଏକ ମାଲବାହୀ ଟ୍ରେନ । ଏହି ଟ୍ରେନ୍ଟି ଏତେ ଲମ୍ବା ଯେ ଏହାର ବଗି ଗଣିଲେ ସରି ବନି, ସୂଚନା ଅନୁସାରେ ଏହି ଟ୍ରେନ୍ର ବଗି ସଂଖ୍ୟା ୨୯୫ । ସେହିଭଳି ଏହି ଟ୍ରେନ୍କୁ ୬ଟି ଇଞ୍ଜିନ ଟାଣିଥାଆନ୍ତି । ଏହି ଟ୍ରେନଟିର ଲମ୍ବ ପାଖାପାଖି ୩.୫ କିମି । ୨୦୨୨ରେ ଏହି ଟ୍ରେନ୍ଟି ଟ୍ରାକରେ ଗଡିବା ଆରମ୍ଭ କରିଥିଲା । ଏହି ଟ୍ରେନଟି ଗୋଟିଏ ଥରରେ ପାଖାପାଖି ୨୭ ହଜାର ଟନ୍ର କୋଇଲା ବୋହି ପାରିବ । ଏହି ଟ୍ରେନ୍ଟି ଛତିଶଗଡରୁ ମହାରାଷ୍ଟ୍ରକୁ ଯିବାଆସିବା କରିଥାଏ, ଏହି ରାସ୍ତାକୁ ଟ୍ରେନ୍ଟି ୧୧ ଘଣ୍ଟାରେ ସାରିଥାଏ ।

Comments are closed.