ବେଲୁନ୍‌ରେ ଷ୍ଟଣ୍ଟ୍‌

ରସିଆର ଜିମନାଷ୍ଟ ସର୍ଗେ ବୋୟତ୍ସୋଭ ନିକଟରେ ଏକ ଷ୍ଟଣ୍ଟ କରି ଖୁବ ଚର୍ଚ୍ଚାରେ ରହିଛନ୍ତି । ନିକଟରେ ତାଙ୍କୁ ହଟ୍‌ ଏୟାର ବେଲୁନ୍‌ରେ ଷ୍ଟଣ୍ଟ କରୁଥିବାର ଭିଡିଓରେ ଦେଖିବାକୁ ମିଳିଥିଲା । ଏହି ଭିଡିଓଟି ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚା ସାଉଁଟିବାରେ ଲାଗିଛି । ଏହି ୩୦ ବର୍ଷୀୟ ଖେଳାଳୀଙ୍କୁ ଗୋଟିଏ ହଟ୍‌ ଏୟାର ବେଲୁନ୍‌ରୁ ଓହଳିଥିବା ଏକ ବାର୍‌ରେ ଷ୍ଟଣ୍ଟ କରୁଥିବାର ଦେଖିବାକୁ ମିଳିଛି । ସେହିଭଳି ସେ ପାଖରେ କୌଣସି ପାରାଚ୍ୟୁଟ୍‌ ରଖିନଥିବା ସୂଚନା ମିଳିଛି । ତେବେ ଇଣ୍ଟରନେଟ କିଛି ଏହାକୁ ପ୍ରଶଂସା କରୁଥିବାବେଳେ କିଛି ସମାଲୋଚନା କରୁଛନ୍ତି । ଷ୍ଟଣ୍ଟ ଓ ଭାଇରାଲ ହେବାପାଇଁ ନିଜ ଜୀବନକୁ ଏଭଳି ବିପଦରେ ପକାଉଥିବାରୁ କିଛି ଲୋକ ତାଙ୍କୁ ସମାଲୋଚନା କରୁଛନ୍ତି । କିଛି ଲୋକଙ୍କ ମତରେ ଏଭଳି କରିବା ଖୁବ ବିପଦପୂର୍ଣ୍ଣ । ଭିଡିଓଟି କିନ୍ତୁ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଥିବାର ଦେଖିବାକୁ ମିଳିଛି ।

Govt

Comments are closed.