ଏକ ନୂଆ ଗବେଷଣା ଅନୁସାରେ ଜଳବାୟୁ ପରିବର୍ତ୍ତନ କାରଣରୁ ଅଗ୍ନୀ ଉଦ୍ଗୀରଣର ପରିମାଣ ବଢିପାରେ । ଜଳବାୟୁ ପରିବର୍ତ୍ତନ କାରଣରୁ ଗ୍ଲେସିଅର ତରଳୁଥିବା ଦେଖିବାକୁ ମିଳୁଛି, ଯାହା ଆମ ମାଟିତଳେ ଥିବା ମାଗମା ଚାମ୍ବର ଉପରେ ବଳ କମୁଥିବା ସୂଚନା ମିଳିଛି । ଯାହାଫଳରେ ଏହା ଅଗ୍ନି ଉଦ୍ଗୀରଣର କାରଣ ସାଜୁଛି । ଅନେକ ଏଭଳି ଆଗ୍ନେୟଗିରି ଅଛନ୍ତି ଯେଉଁମାନେ ବରଫରେ ଆଚ୍ଛାଦିତ ହୋଇ ଅଛନ୍ତି । ଯେତେବେଳେ ପୃଥିବୀର ତାପମାତ୍ରା ବଢୁଛି ଏହାର ପ୍ରଭାବ ଆଗ୍ନେୟଗିରି ଉପରେ ପଡୁଛି, ଯାହା ଏହାର ଉଦ୍ଗୀରଣର କାରଣ ସାଜିବ ବୋଲି ବୈଜ୍ଞାନିକମାନେ ଆଶଙ୍କା କରିଛନ୍ତି । ତେଣୁ ଖୁବ ଜଲଦି ପରିବେଶ ପ୍ରଦୂଷଣ ଓ ଜଳବାୟୁ ପରିବର୍ତ୍ତନକୁ ରୋକିବା ପାଇଁ କାର୍ଯ୍ୟ କରିବାକୁ ପଡିବ ବୋଲି ବୈଜ୍ଞାନିକମାନେ ପ୍ରକାଶ କରିଛନ୍ତି । ଏହା ସମସ୍ତ ବରଫାବୃତ ଅଞ୍ଚଳ ଯେପରି ଆର୍ଣ୍ଟକଟିକା ଓ ଆଇସ୍ଲାଣ୍ଡ ଭଳି ସ୍ଥାନରେ ଦେଖିବାକୁ ମିଳୁଛି , ଯେଉଁଠି ଗ୍ଲେସିଅରର ପରିମାଣ କମିବାରେ ଲାଗିଛି ।

Comments are closed.