ଫିଫା ମାନ୍ୟତାରେ ଭାରତ ୩ସ୍ଥାନ ତଳକୁ ଖସି ୧୨୪ରେ ପହଞ୍ଚିଲା

ନୂଆଦିଲ୍ଲୀ: ସଦ୍ୟ ପ୍ରକାଶିତ ଫିଫା ମାନ୍ୟତାରେ ଭା୍ରତୀୟ ଫୁଟ୍ବଲ୍ ଦଳର ଅବନତି ଘଟିଛି। ଏହି ମାନ୍ୟତାରେ ଭାରତ ୩ ସ୍ଥାନ ତଳକୁ ଖସି ୧୨୪ରେ ପହଞ୍ଚିଛି। ୨୦୧୭ ମାର୍ଚ୍ଚ ୯ ତାରିଖ ପରଠୁ ଏହା ଭାରତର ସବୁଠୁ ଖରାପ ମାନ୍ୟତା ବୋଲି କୁହାଯାଉଛି। ସେତେବେଳେ ଭାରତର ମାନ୍ୟତା ୧୩୨ ଥିଲା। ୨୦୧୯ରେ ଇଗର ଷ୍ଟିମାକ୍ ଭାରତୀୟ ଦଳ ସହିତ ଯୋଗଦେବା ପରେ ତାଙ୍କ ଅଧୀନରେ ଭାରତ ୪ ପ୍ରତିଯୋଗିତାରେ ବିଜେତା ହୋଇଥିଲା। ସେଥିରୁ ଦୁଇଥର ସାଫ୍ ଚାମ୍ପିଅନ୍ସିପ୍ରେ ବିଜେତା ମଧ୍ୟ ହୋଇଥିଲା। ଏହାବାଦ୍ ଇଣ୍ଟରକଣ୍ଟିନେଣ୍ଟାଲ୍ କପ୍ ଓ ତ୍ରିରାଷ୍ଟ୍ରୀୟ ଶୃଙ୍ଖଳାରେ ବିଜେତା ହେବା ପରେ ଭାରତ ବିଶ୍ବ ମାନ୍ୟତାର ଶୀର୍ଷ ୧୦୦ରେ ପ୍ରବେଶ କରିଥିଲା। କିନ୍ତୁ ଷ୍ଟିମାକ୍ ତାଙ୍କ ପଦ ଛାଡ଼ିବା ବେଳକୁ ଭାରତ ବିଶ୍ବକପ୍ ଯୋଗ୍ୟତା ପର୍ଯ୍ୟାୟରେ କତର ଓ ଆଫଗାନିସ୍ତାନ ଭଳି ଦଳଠୁ ପରାଜିତ ହୋଇ ତୃତୀୟ ରାଉଣ୍ଡ ପ୍ରବେଶରୁ ବଞ୍ଚିତ ହୋଇଛି।

Govt

Comments are closed.