ପିଲାଙ୍କୁ ରଖନ୍ତୁ ଶାନ୍ତ

0

ଶିଶୁଙ୍କୁ ବଡ କରିବା ସବୁଠାରୁ କଷ୍ଟକର କାର୍ଯ୍ୟ । ତେବେ ଗୋଟିଏ ଶିଶୁକୁ ବଡ କରିବା ସମୟରେ ଏହାର ଅଭିଭାବକଙ୍କୁ ଖୁବ ଅଧିକ ଧ୍ୟାନ ଦେବାକୁ ହୋଇଥାଏ । ଏହି ସମୟରେ ପିଲାଙ୍କର ମସ୍ତିଷ୍କ ବିକଶିତ ହୋଇଥାଏ । ତେଣୁ ଏହି ସମୟରେ ଲାଳନ ପାଳନ ଉପରେ ଅଧିକ ଧ୍ୟାନ ଦେବାକୁ ହୋଇଥାଏ । ଏହି ସମୟରେ ଉପଯୁକ୍ତ ଯନି ନପାଇଲେ ଶିଶୁମାନେ ବଡ ହେବାପରେ ଅନେକ ସମସ୍ୟା ଭୋଗିଥାଆନ୍ତି । ପିଲାଦିନେ ଶାନ୍ତ ରହିବା ଫଳରେ ସେମାନଙ୍କର ଏକାଗ୍ରତା ବଢିଥାଏ । ତେବେ ଆସନ୍ତୁ ଜାଣିବା କିଛି ବିଷୟ ସମ୍ପର୍କରେ ଯେଉଁଥିରେ ଆମକୁ ଧ୍ୟାନ ଦେବାର ଅଛି ।

ନିଦ ଉପରେ ଧ୍ୟାନ ଦିଅନ୍ତୁ
ସବୁବେଳେ ଏହି ସମୟରେ କିଭଳି ପିଲାମାନେ ପର୍ଯ୍ୟାପ୍ତ ପରିମାଣ ଶୋଇବେ ସେଥିପ୍ରତି ଧ୍ୟାନ ଦିଅନ୍ତୁ । ଏହାଦ୍ୱାରା ମସ୍ତିଷ୍କର ସ୍ୱାସ୍ଥ୍ୟ ଭଲ ରହିଥାଏ । ଶିଶୁଙ୍କୁ ଅତିକମରେ ୧୦ ଘଣ୍ଟା ଶୋଇବାକୁ ଦିଅନ୍ତୁ । ଏହି ଅଭ୍ୟାସଟି ବଡ ଅର୍ଥାତ ପାଖାପାଖି ୭ ବର୍ଷ ପର୍ଯ୍ୟନ୍ତ ରଖନ୍ତୁ । ରାତି ୯ଟାରେ ଶୋଇ ସକାଳୁ ୭ଟାରେ କିମ୍ବା ୬ଟାରେ ଉଠାଇବାକୁ ଚେଷ୍ଟା କରନ୍ତୁ । ଏପରି କରିବା ଦ୍ୱାରା ସେମାନଙ୍କର ଏକ ଭଲ ସୁସ୍ଥ ଜୀବନଶୈଳୀ ମେଣ୍ଟେନ ହୋଇଥାଏ । ସେହିଭଳି ସେମାନଙ୍କ ମସ୍ତିଷ୍କ ବିକାଶ ଉପରେ ଏହା ଖୁବ ଭଲ ପ୍ରଭାବ ପକାଇଥାଏ ।

ଆଖପାଖରେ ଶାନ୍ତି ରଖନ୍ତୁ
ପିଲାଙ୍କୁ ସବୁବେଳେ କଳି କଜିଆ ପରିବେଶରୁ ଦୂରରେ ରଖନ୍ତୁ । ଏଭଳି ପରିବେଶରେ ରହିବା ଦ୍ୱାରା ପିଲା ଆକ୍ରମଣାତ୍ମକ ହେବାର ଆଶଙ୍କା ରହିଥାଏ । ତେଣୁ ପିଲାଙ୍କୁ ଶାନ୍ତ ରଖିବାର ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହୋଇଥାଏ । ସବୁବେଳେ ପିଲାଙ୍କ ଆଗରେ ବାପାମାଆଙ୍କୁ ଭଲରେ ରହିବାର ଆବଶ୍ୟକତା ରହିଛି । କେବେ ବି ସେମାନଙ୍କ ଆଗରେ କଳି କରନ୍ତୁ ନାହିଁ, ଏହାର ନକାରାତ୍ମକ ପ୍ରଭାବ ପଡିଥାଏ ।

ଖେଳିବା ପାଇଁ ଦିଅନ୍ତୁ
ଛୁଆଙ୍କୁ ସବୁବେଳେ ଖେଳିବାକୁ ସମୟ ଦିଅନ୍ତୁ, ଯାହା ସେମାନଙ୍କର ସୌଜନଶୀଳତାକୁ ବଢାଇବ । ସେହିଭଳି ସେମାନଙ୍କ ମସ୍ତିଷ୍କର ଭଲ ବିକାଶ ମଧ୍ୟ ହେବ । ସେମାନେ ଶାନ୍ତ ରହିବା ସହିତ ଖୁସି ମଧ୍ୟ ରହିବେ ।

Govt
Leave A Reply

Your email address will not be published.