ଲାଉଡରହିଲ୍: ଆମେରିକା ଓ ଆୟର୍ଲାଣ୍ଡ ମଧ୍ୟରେ ଶୁକ୍ରବାର ଖେଳାଯିବାକୁ ଥିବା ଟ୍ବେଣ୍ଟି-୨୦ ବିଶ୍ବକପ୍ର ଗ୍ରୁପ୍-ଏ ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ ହୋଇଯାଇଛି। ଫଳରେ ଏହି ଦୁଇ ଦଳଙ୍କୁ ୧ ପଏଣ୍ଟ ଲେଖାଏଁ ମିଳିଛି। ଏହି ଫଳାଫଳ, ଆୟୋଜକ ଆମେରିକାକୁ ସିଧାସଳଖ ସୁପର-୮ରେ ପହଞ୍ଚାଇ ଦେଇଛି। ୬ ପଏଣ୍ଟ ପାଇ ଭାରତ ପ୍ରଥମ ଦଳ ଭାବେ ସୁପର-୮ରେ ପ୍ରବେଶ କରିସାରିଥିଲା ବେଳେ ଆମେରିକା ୫ ପଏଣ୍ଟ ସହ ଦ୍ବିତୀୟ ସ୍ଥାନରେ ରହି ଏହି ସ୍ଥାନ ପକ୍କା କରିଛି। ପାକିସ୍ଥାନ ଓ କାନାଡ଼ାକୁ ପରାସ୍ତ କରିଥିବାରୁ ଆମେରିକା ଏହାର ପୁରସ୍କାର ପାଇଛି। ଅନ୍ୟ ପକ୍ଷରେ ଆମେରିକାଠୁ ହାରିଥିବା ପୂର୍ବତନ ଚାମ୍ପିଅନ୍ ପାକିସ୍ତାନ ମାତ୍ର ୨ ପଏଣ୍ଟ ପାଇ ଆଗକୁ ବଢିପାରିନାହିଁ। କେବଳ ଆୟର୍ଲାଣ୍ଡ ବିପକ୍ଷରେ ଏହି ଦଳ ଅନ୍ତିମ ଔପଚାରିକ ମ୍ୟାଚ୍ ଖେଳିବ। ଏହି ଗ୍ରୁପ୍ର ଅନ୍ୟ ଦୁଇ ଦଳ ଆୟର୍ଲାଣ୍ଡ ଓ କାନାଡ଼ା ମଧ୍ୟ ବିଦାୟ ନେଇଛନ୍ତି।

Comments are closed.