ଆଳୁ ପରିବା ଟୋଷ୍ଟ

ସାମଗ୍ରୀ – ଆଳୁ, କ୍ୟାପ୍‌ସିକମ୍‌, କଞ୍ଚାଲଙ୍କା, ଟମାଟୋ, ଅଦା, ହଳଦୀ ଗୁଣ୍ଡ, ଲେମ୍ବୁ ରସ, ଧନିଆ ପତ୍ର, ଜୀରା ଗୁଣ୍ଡ, ଗୋଲମରିଚ ଗୁଣ୍ଡ, ଘିଅ, ଲୁଣ ।
ପ୍ରଣାଳି – ପ୍ରଥମେ ଆଳୁକୁ ଭଲ କରି ଚୋପା ଛଡାଇ ବଡ ବଡ ସ୍ଲାଇସ୍‌ରେ କାଟି ନିଅନ୍ତୁ । ଏହାପରେ ଏହି ବଡ ମୋଟା ଆଳୁକୁ ଅଳ୍ପ ସିଝାଇ ନିଅନ୍ତୁ । ଆଳୁ ସିଝିବାପରେ ଏକ ତାଓ୍ୱାରେ ଘିଅ ଗରମ କରନ୍ତୁ ଏଥିରେ ସିଝା ସ୍ଲାଇସ୍‌ ଆଳୁକୁ ଭାଜି ନିଅନ୍ତୁ । ଏହାକୁ ଭଲକରି କ୍ରି« ହେବା ଯାଏ ଭାଜନ୍ତୁ । ଆଉ ଏକ ପାତ୍ରରେ କିଛି ସିଝା ଆଳୁକୁ ଭଲ କରି ଚକଟି ନିଅନ୍ତୁ । ଏଠିରେ କଟା ଟମାଟୋ, କ୍ୟାପସିକମ୍‌, ଲଙ୍କା ଓ ଅଦା ପକାଇ ଗୋଳାନ୍ତୁ । ଏଥିରେ ଗୁଣ୍ଡ ମସଲା, ଲୁଣ ଓ ଲେମ୍ବୁ ରସ ମିଶାନ୍ତୁ । ଏହାପରେ ବଡ ବଡ ସ୍ଲାଇସ୍‌ରେ କଟା ହୋଇଥିବା ଆଳୁ ଖଣ୍ଡରେ ସିଝା ଆଳୁର ମିଶ୍ରଣ ଲଗାଇ ଏହାକୁ ପୂନର୍ବାର ଘିଅରେ ଭାଜି ନିଅନ୍ତୁ । ପ୍ରସ୍ତୁତ ହୋଇଗଲା ଭେଜି କ୍ରଞ୍ଚି ଆଳୁ ଟୋଷ୍ଟ ।

Govt

Comments are closed.