ଆଗୁଆ କରନ୍ତୁ ଗୁରୁ ଦିବସ ସପିଂ

0

ଯଦି ଆପଣ ଜଣେ ଶିକ୍ଷୟତ୍ରୀ ତେବେ ଆସନ୍ତା ଗୁରୁ ଦିବସ ପାଇଁ ଏବେ ଠାରୁ ସପିଂ କରିବା ଆରମ୍ଭ କରି ଦିଅନ୍ତୁ । ଏଭଳି ଅନେକ ଆଉଟଫିଟ ରହିଛି ଯାହାକୁ ଆପଣ କ୍ୟାରିକରି ଏକ ଏଲିଗାଣ୍ଟ ସହିତ ଷ୍ଟାଇଲିସ୍‌ ଲୁକ ପାଇପାରିବେ । ଆସନ୍ତୁ ଦେଖିବା ସେହିଭଳି କିଛି ଅପସନ୍‌ ଯାହାକୁ ଆପଣ ଏହି ଦିନ ପିନ୍ଧିପାରିବେ ।

ଫ୍ଲୋରାଲ
ଗୁରୁଦିବସ ବର୍ଷାଦିନେ ପଡୁଥିବାରୁ ଫ୍ଲୋରାଲ ପ୍ରିଣ୍ଟ ବେଶ୍‌ ଭଲ ମାନିବ । ଏହି ଦିନ ହାଲୁକା ରଙ୍ଗର ଏକ ଫ୍ଲୋରାଲ ଶାଢୀ ପିନ୍ଧନ୍ତୁ ବେଶ୍‌ ମାନିବ । ଏହା ବେଶି ଗର୍ଜିଅସ ହୋଇନଥାଏ ଏବଂ ଏକ ଏଲିଗାଣ୍ଟ ଲୁକ ପ୍ରଦାନ କରିଥାଏ ।

ସୁତି କଟନ
କଟନ ଶାଢୀ ଶିକ୍ଷୟତ୍ରୀମାନଙ୍କର ସବୁବେଳେ ପସନ୍ଦ ହୋଇଥାଏ । ଏହା ଖୁବ ଆକର୍ଷକ ହୋଇଥାଏ । ଆପଣ ଯେଉଁ ବି ଅନୁଷ୍ଠାନରେ କାର୍ଯ୍ୟ କରୁଥାନ୍ତୁ କଟନ ଶାଢି ଆପଣଙ୍କୁ ଖୁବ ମାନିବ । ଏହା ଆପଣଙ୍କୁ ଏକ ପ୍ରଫେସନାଲ ଲୁକ ପ୍ରଦାନ କରିବ । ଏଥିସହିତ ମିନିମାଲ ଜୁଏଲାରୀ କ୍ୟାରି କରିପାରିବେ ଖୁବ ସୁନ୍ଦର ଲୁକ ମିଳିବ ।

କଡ ସେଟ୍‌
ବର୍ତ୍ତମାନ କଡ୍‌ ସେଟ୍‌ର ଡିମାଣ୍ଡ ଖୁବ ଅଧିକ ରହିଛି । ସମସ୍ତେ ଏହାକୁ ଖୁବ ପସନ୍ଦ କରିବାରେ ଲାଗିଛନ୍ତି । ଏହା ସିମ୍ପଲ ସହିତ ଏଲିଗାଣ୍ଟ ମଧ୍ୟ । ତେଣୁ ଗୁରୁଦିବସରେ ଚାହିଁଲେ କଡସେଟ୍‌ ମଧ୍ୟ ପିନ୍ଧିପାରିବେ । ଏହା ଆପଣଙ୍କୁ ଷ୍ଟାଇଲିସ୍‌ ଲୁକ ଦେବାସହିତ ଆପଣଙ୍କ ଆତ୍ମବିଶ୍ୱାସ ବଢାଇବ ।

ଚିକନକାରୀ ଅନାରକଲି
ଚିକନକାରୀ ଅନାରକଲି ସବୁବେଳେ ଟ୍ରେଣ୍ଡରେ ରହିଥାଏ । ଏହା କାହିଁ କେଉଁ କାଳରୁ ଫ୍ୟାଶନରେ ରହିଛି । ଏହାର ହାଲୁକା ରଙ୍ଗର ଅନେକ ଡିଜାଇନ ବଜାରରେ ଉପଲବ୍ଧ । ଏହା ଆପଣଙ୍କୁ ଏକ ଷ୍ଟାଇଲିସ୍‌ ଟ୍ରାଡ଼ିସନାଲ ଲୁକ ପ୍ରଦାନ କରିବ ।

Govt
Leave A Reply

Your email address will not be published.