ଅଲିମ୍ପିକ୍ସ ପୂର୍ବରୁ ୱିମ୍ବଲଡନରେ ଡବଲ୍ସ ଖେଳିବେ ବୋପାନ୍ନା-ବାଲାଜୀ

ଚେନ୍ନାଇ: ଭାରତୀୟ ଟେନିସ ଖେଳାଳି ଏନ୍ ଶ୍ରୀରାମ ବାଲାଜୀ ପ୍ୟାରିସ୍ ଅଲିମ୍ପିକ୍ସରେ ରୋହନ ବୋପାନ୍ନାଙ୍କୁ ସାଥି କରି ପଦାର୍ପଣ କରିବାକୁ ଯାଉଛନ୍ତି। ତେଣୁ ତାଙ୍କର ଏହି ସ୍ମରଣୀୟ ଅଲିମ୍ପିକ୍ସ ପୂର୍ବରୁ ପ୍ରସ୍ତୁତ ହେବା ପାଇଁ ଏହି ୩୪ ବର୍ଷୀୟ ଖେଳାଳି ୱିମ୍ବଲଡନ୍ରେ ବୋପାନ୍ନାଙ୍କ ସହ ମିଶି ଡବଲ୍ସରେ ଅଂଶଗ୍ରହଣ କରିବେ। ଫ୍ରେଞ୍ଚ ଓପନ୍ରେ ଅଲଗା ଅଲଗା ସାଥୀ ନେଇ ଖେଳୁଥିବା ଏହି ଦୁଇ ଭାରତୀୟ ଅଲିମ୍ପିକ୍ସ ପୂର୍ବରୁ ଏକାଠି ଦୁଇଟି କ୍ଲେ କୋର୍ଟ ପ୍ରତିଯୋଗିତା ସହ ୱିମ୍ବଲଡନ୍ରେ ଖେଳି ନିଜକୁ ପ୍ରସ୍ତୁତ କରିବେ। ବୋପାନ୍ନା-ବାଲାଜୀ ପ୍ରଥମେ ୱିମ୍ବଲଡନ୍ରେ ଖେଳିବା ପରେ ଏଟିପି ୫୦୦ ହମବର୍ଗ (ଜର୍ମାନି) ଏବଂ ଏଟିପି ୨୫୦ ଉମାଗ (କ୍ରୋଏସିଆ) କ୍ଲେ କୋର୍ଟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ।

Govt

Comments are closed.