ଦିଲ୍ଲୀ :ମହାମାରୀ କରୋନା ପରେ ଚୀନ୍ରେ ଚିହ୍ନଟ ହୋଇଛି ଆଉ ଏକ ନୂଆ ଭୂତାଣୁ । ଏହି ନୂତନ ଭୂତାଣୁରେ ଚୀନ୍ରେ ଏପର୍ଯ୍ୟନ୍ତ ୩୫ ଜଣ ସଂକ୍ରମିତ ହୋଇସାରିଲେଣି । ସଂକ୍ରମିତ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ କୌଣସି ପ୍ରକାର ସଂପର୍କ ନଥିବା କଥା ସ୍ପଷ୍ଟ ହୋଇଛି । ଭୂତାଣୁର ନାମ ‘ଜୁନୋଟିକ୍ ଲାଙ୍ଗିଆ’ ।

ତାଇୱାନର ସେଣ୍ଟର ଫର ଡିଜିଜ୍ କଣ୍ଟ୍ରୋଲ ରିପୋର୍ଟରୁ ଏହା ଜଣାପଡ଼ିଛି । ବର୍ତ୍ତମାନ ତାଇୱାନର ସେଣ୍ଟର ଫର ଡିଜିଜ୍ କଣ୍ଟ୍ରୋଲ ଚୀନ୍ରେ ଠାବ ହୋଇଥିବା ନୂଆ ଭୂତାଣୁ ଗତିବିଧି ଉପରେ ନଜର ରଖିବାକୁ ଏକ ନ୍ୟୁକ୍ଲିକ ଏସିଡ୍ ପରୀକ୍ଷଣ ବିଧି ସ୍ଥାପନ କରୁଛି ।
ତାଇୱାନର ଜଣେ ଅଧିକାରୀଙ୍କ କହିବା ମୁତାବକ ଏପର୍ଯ୍ୟନ୍ତ ହୋଇଥିବା ପରୀକ୍ଷଣରୁ ସ୍ପଷ୍ଟ ହୋଇଛି ଯେ, ଏହା ମଣିଷ ଠାରୁ ମଣିଷକୁ ସଂକ୍ରମିତ କରୁନାହିଁ । ଅନ୍ୟ ଏକ ପରୀକ୍ଷଣରୁ ଜଣାପଡ଼ିଛି ଯେ, ଏହି ଭୂତାଣୁ ଛେଳିଙ୍କଠାରେ ୨ ପ୍ରତିଶତ ଓ କୁକୁରଙ୍କ ଠାରୁ ୫ ପ୍ରତିଶତ ସଂକ୍ରମିତ ହୋଇଛି । ଏହି ପରୀକ୍ଷଣ ପାଇଁ ୨୫ ଟି ପଶୁଙ୍କୁ ନେଇ ଏକ ପରୀକ୍ଷଣ କରାଯାଇଥିଲା । ଏଥିରୁ ୨୭ ପ୍ରତିଶତ ପଶୁଙ୍କଠାରେ ଏହି ଭୂତାଣୁ ଥିବା କଥା ଜଣାପଡିଛି ।

ସୂଚନା ଅନୁସାରେ, ଚୀନ୍ର ନୂଆ ଭୂତାଣୁ ସନ୍ଡେଙ୍ଗ ଓ ହେନାନ୍ ଅଞ୍ଚଳରୁ ଚିହ୍ନଟ କରାଯାଇଛି । ଏହି ଭୂତାଣୁ ପଶୁମାନଙ୍କଠାରୁ ମଣିଷକୁ ସଂକ୍ରମଣ କରୁଥିବା କଥା କୁହାଯାଇଛି ।

Comments are closed.