ଇଟାଲୀ: ପୃଥିବୀରେ ଏପରି ଅନେକ ରହସ୍ୟମୟୀ ସ୍ଥାନ ରହିଛି, ଯାହା ସମ୍ପର୍କରେ କେହି ବି ଜାଣନ୍ତି ନାହିଁ । ଯେତେବେଳେ ମନୁଷ୍ୟ ଏହାକୁ ଦେଖିଥାଏ, ତେବେ ସେ ଜାଣିପାରେନି ଯେ ଏହା ପଛର ଇତିହାସ କେତେ ରୋଚକ ଏବଂ କେତେ ପୁରୁଣା । ଏହିକ୍ରମରେ ଇଟାଲୀର ବିଶାଳ ଡୋଲୋମାଇଟ ପର୍ବତ ମଧ୍ୟରେ ଏପରି ଏକ ଘର ଅଛି, ଯେଉଁଠାରେ ଶତାବ୍ଦୀ ପର୍ଯ୍ୟନ୍ତ କେହି ଯାଇନାହାନ୍ତି । ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ଯେ ଘର ଚାରିପାଖରେ ପର୍ବତ ବ୍ୟତୀତ ଆଉ କିଛି ନାହିଁ ।
ତେବେ ଫଟୋକୁ ଦେଖିଲେ ଆପଣ ନିଶ୍ଚିତ ରୂପେ ଭାବିବେ ଯେ ଘରଟି ଏତେ ଉଚ୍ଚତାରେ କିପରି ନିର୍ମାଣ ହେଲା । ସମୁଦ୍ର ପତ୍ତନଠାରୁ ପ୍ରାୟ ୯ ହଜାର ଫୁଟ ଉଚ୍ଚତାରେ ଘରଟି ନିର୍ମିତ ହୋଇଛି । କୁହାଯାଉଛି ଯେ ଏହି ଘରକୁ ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ତିଆରି କରାଯାଇଛି । ରିପୋର୍ଟ ଅନୁଯାୟୀ ଅଷ୍ଟ୍ରିଆ-ହଙ୍ଗେରୀ ସେନା ସହ ଯୁଦ୍ଧ ସମୟରେ ଇଟାଲୀର ସୈନିକମାନେ ବିଶ୍ରାମ ନେବା ପାଇଁ ଡୋଲୋମାଇଟ ପର୍ବତରେ ଏହି ଘର ନିର୍ମାଣ କରିଥିଲେ । ସେମାନେ ଏହି ଘରର ବ୍ୟବହାର ଷ୍ଟୋର୍ ରୁମ୍ ପରି କରୁଥିଲେ,
ଯେଉଁଠାରେ ସୈନିକଙ୍କ ପାଇଁ ଆସୁଥିବା ଜରୁରୀ ସାମଗ୍ରୀକୁ ସୁରକ୍ଷିତ ଭାବେ ରଖାଯାଉଥିଲା । ପର୍ବତର ମଝିରେ ଥିବା ଏହି ଘରର ନିର୍ମାଣ କେବଳ କାଠ ଓ ରଶି ସାହାଯ୍ୟରେ କରାଯାଇଛି ।
ଏଠାରେ ପହଞ୍ଚିବା ବି ବହୁତ କଷ୍ଟକର । ଏକ ପୁରୁଣା କାଠର ପୋଲ ପାର କରିବା ପରେ ଏହି ଘରେ ପହଞ୍ଚିପାରିବେ, ଯାହା ଯିବାଆସିବର ଏକମାତ୍ର ରାସ୍ତା । ସେଥିପାଇଁ ଏହା ୧୦୦ ବର୍ଷ ଧରି ଖାଲିପଡ଼ିଛି । ହଜାର ଫୁଟ ଉଚ୍ଚରେ ଥିବାରୁ ଏହି ସ୍ଥାନ ବିଲକୁଲ ଅଲଗା ଦୁନିଆ ପରି ଅନୁଭବ ହୋଇଥାଏ । ଘରେ ରହିବା ବିପଦପୂର୍ଣ୍ଣ ହୋଇଥିବାରୁ ଏଠାକୁ ସାଧାରଣ ଲୋକ ଆସିବା ପାଇଁ ଭୟ କରିଥାନ୍ତି ।
Comments are closed.