କିଭ୍ : ଫେବୃଆରୀ ୨୮: ଗତକାଲି ୟୁକ୍ରେନ୍-ଋଷ ଯୁଦ୍ଧରେ ୟୁକ୍ରେନ୍ରେ ନିର୍ମିତ ବିଶ୍ୱର ବୃହତମ ବିମାନକୁ ଋଷ ସୈନ୍ୟମାନେ ପୋଡ଼ି ଦେଇଥିବା ୟୁକ୍ରେନ୍ ବୈଦେଶିକ ମନ୍ତ୍ରୀ ଡିମିତ୍ରୋ କୁଲେବ ଟୁଇଟ୍ କରି ସୂଚନା ଦେଇଛନ୍ତି ।
This was the world’s largest aircraft, AN-225 ‘Mriya’ (‘Dream’ in Ukrainian). Russia may have destroyed our ‘Mriya’. But they will never be able to destroy our dream of a strong, free and democratic European state. We shall prevail! pic.twitter.com/TdnBFlj3N8
— Dmytro Kuleba (@DmytroKuleba) February 27, 2022
କିଭ୍ ନିକଟବର୍ତ୍ତୀ ଏକ ବିମାନ ବନ୍ଦରରେ ଋଷୀୟ ସେନାଙ୍କ ଲଗାତାର ବୋମା ବର୍ଷଣ ଫଳରେ ବିଶ୍ୱର ବଡ଼ ବିମାନ ‘ଏଏନ୍-୨୨୫ ମ୍ରିୟା’ ଜଳିଯାଇଛି । ୟୁକ୍ରେନ୍ ଭାଷାରେ ‘ମ୍ରିୟା’ର ଅର୍ଥ ‘ସ୍ୱପ୍ନ’ । ୟୁକ୍ରେନୀୟ ବିମାନ ନିର୍ମାଣକାରୀ କମ୍ପାନୀ ‘ଆଣ୍ଟୋନୋଭ୍’ ଏହି ବିମାନକୁ ନିର୍ମାଣ କରିଥିଲା ।
ବିମାନ ପୋଡି ଯାଇଥିବା ଖବର ୟୁକ୍ରେନ୍ର ସରକାରୀ ଟୁଇଟର୍ ହ୍ୟାଣ୍ଡଲରେ ମଧ୍ୟ ପ୍ରକାଶ ପାଇବା ସହିତ ବିମାନର ଏକ ଫଟୋ ମଧ୍ୟ ସେୟାର୍ କରାଯାଇଛି । ସେଥିରେ ଲେଖାଯାଇଛି ଯେ, ବିଶ୍ୱର ବୃହତ୍ତମ ବିମାନ ‘ମ୍ରିୟା’କୁ (ସ୍ୱପ୍ନ) କିଭ୍ ନିକଟବର୍ତ୍ତୀ ବିମାନ ବନ୍ଦରରେ ଦଖଲକାରୀ ରୁଷୀୟ ସେନା ଧ୍ୱଂସ କରିଛି । ଆମେ ସେହି ବିମାନକୁ ପୁଣି ଥରେ ନିର୍ମାଣ କରିବୁ । ଶକ୍ତିଶାଳୀ, ସ୍ୱାଧୀନ ଏବଂ ଗଣତାନ୍ତ୍ରିକ ୟୁକ୍ରେନ୍ ଗଠନ ନିମନ୍ତେ ଥିବା ଆମର ଅଭିଳାଷ ପୂରଣ କରିବୁ ।
The biggest plane in the world "Mriya" (The Dream) was destroyed by Russian occupants on an airfield near Kyiv. We will rebuild the plane. We will fulfill our dream of a strong, free, and democratic Ukraine. pic.twitter.com/Gy6DN8E1VR
— Ukraine / Україна (@Ukraine) February 27, 2022
ଏହାସହିତ ଆହୁରୀ ମଧ୍ୟ ଲେଖାଯାଇଛି ଯେ, ସେମାନେ ଆମର ବୃହତ୍ତମ ବିମାନକୁ ପୋଡ଼ି ପକାଇଲେ କି;ୁ, ଆମ ‘ମ୍ରିୟା’ କଦାପି ନଷ୍ଟ ହେବନାହିଁ ।

Comments are closed.