ବୈଜ୍ଞାନିକମାନେ ଦୁନିଆର ସବୁଠୁ ବଡ଼ ଜୀବାଣୁର ସନ୍ଧାନ କରିଛନ୍ତି । ଏହାର ଲମ୍ବ ୦.୪ଇଞ୍ଚ । ଏହାର ନାମ ‘ଥିୟୋମାର୍ଗରିଟା ମ୍ୟାଗ୍ନିଫା’ । କାରିବିଆନ୍ ମ୍ୟାଙ୍ଗ୍ରୋଭ୍ ଜଳାଶୟରେ ପାଣିରେ ପୋତିହୋଇଥିବା ଦଳର ପତ୍ରରେ ମିଳିଥିଲା । ଏହି ଜୀବାଣୁ ସାଧାରଣ ଜୀବାଣୁଠାରୁ ୫ ହଜାର ଗୁଣ ବଡ଼ ।

ଆଜି ପର୍ଯ୍ୟନ୍ତ ଏପରି ଜୀବାଣୁ ଦେଖିବାକୁ ମିଳିନଥିଲା । ଏତେ ବଡ଼ ଯେ ଏହାକୁ ଦେଖିବା ପାଇଁ ମାଇକ୍ରୋସ୍କୋପ୍ର ଆବଶ୍ୟକତା ନାହିଁ । ଏହାକୁ ଖାଲି ଆଖିରେ ଦେଖାଯାଉଛି । ବୈଜ୍ଞାନିକମାନେ ଏହାକୁ ନେଇ କହିଛନ୍ତି ଯେ ଏହା ଅତି ଚମତ୍କାର ସନ୍ଧାନ । ଏହା ଜରିଆରେ ଜୀବାଣୁ ସମ୍ବନ୍ଧୀୟ ଅନେକ ତଥ୍ୟ ମିଳିପାରିବ ।

ଏକ ରିପୋର୍ଟ ଅନୁଯାୟୀ, ଅଧିକାଂଶ ଜୀବାଣୁ ମାତ୍ର ୨ ମାଇକ୍ରୋମିଟର ଲମ୍ବା ହୋଇଥାନ୍ତି, କିନ୍ତୁ ଯେଉଁ ନୂଆ ଜୀବାଣୁ ମିଳିଛି, ତାହା ଅନ୍ୟ ଜୀବାଣୁଠାରୁ ହଜାରେ ଗୁଣରେ ବଡ଼ । ସାଧାରଣତଃ ଗୋଟିଏ ଜୀବାଣୁର ସର୍ବାଧିକ ଲମ୍ବ ୭୫୦ ମାଇକ୍ରୋମିଟର ପର୍ଯ୍ୟନ୍ତ ହୋଇପାରେ ।

ହେଲେ ଏହାର ଲମ୍ବ ୯ ହଜାର ମାଇକ୍ରୋମିଟରରୁ ଅଧିକ । ବୈଜ୍ଞାନିକ ଜୀନ ମେରୀ କହିଛନ୍ତି, ଏହି ଜୀବାଣୁ ପତଳା ସୂତା ପରି ଦେଖାଯାଉଛି । ଏହାର ନାମକରଣ ଫ୍ରେଞ୍ଚ୍ େୱଷ୍ଟ୍ ଇଣ୍ଡିଜ୍ ଗୁଏନା ବିଶ୍ୱବିଦ୍ୟାଳୟର ବାୟୋଲଜିଷ୍ଟ ଓଲିଭର୍ ଗ୍ରସ୍ କରିଛନ୍ତି ।

Comments are closed.