ବିଶ୍ୱ ପର୍ଯ୍ୟଟନ ଦିବସ

ପ୍ରତିବର୍ଷ ସେପ୍ଟେମ୍ବରର ମାସ ୨୭ ତାରିଖରେ ବିଶ୍ୱସାରା ପାଳିତ ହୁଏ ବିଶ୍ୱ ପର୍ଯ୍ୟଟନ ଦିବସ । ଏହି ଦିବସ ପାଳନର ମୁଖ୍ୟ ଲକ୍ଷ୍ୟସବୁ ହେଲା ବିଶ୍ୱ ସ୍ତରରେ ପର୍ଯ୍ୟଟନ ଶିଳ୍ପକୁ ପ୍ରୋତ୍ସାହନ ଦେଇ ପର୍ଯ୍ୟଟନ ମାଧ୍ୟମରେ ଦେଶର ସାମାଜିକ, ରାଜନୈତିକ ତଥା ଅର୍ଥନୈତିକ ସମୃଦ୍ଧିରେ ଭାଗିଦାରୀ ହେବା । ଏହାସହିତ ଏ ସଂପର୍କରେ ଗଣ ସଚେତନତା ସୃଷ୍ଟି କରିବା । ସଂଯୁକ୍ତ ରାଷ୍ଟ୍ର ବିଶ୍ୱ ପର୍ଯ୍ୟଟନ ସଂଗଠନଦ୍ୱାରା ୧୯୮୦ ମସିହାରୁ ଏହା ପାଳିତ ହେଉଅଛି । ୧୯୭୦ ମସିହା ଏହି ତାରିଖରେ ସଂଯୁକ୍ତ ରାଷ୍ଟ୍ର ବିଶ୍ୱ ପର୍ଯ୍ୟଟନ ସଂଗଠନର ଆଇନକୁ ଆଇନଗତ ମାନ୍ୟତା ଦିଆଯାଇଥିଲା । ଇସ୍ତାନବୁଲ (ତୁର୍କୀ)ଠାରେ ୧୯୯୭ ମସିହାରେ ଆୟୋଜିତ UNTWO ଦ୍ୱାଦଶ ମହାସଭାରେ ଏହି ପ୍ରସ୍ତାବ ସର୍ବସମ୍ମତି କ୍ରମେ ପାରିତ ହେଲା । ଏହାପରଠାରୁ ବିଶ୍ୱରେ ଏହି ଦିବସକୁ ପାଳନ କରାଯାଉଛି ।

Launching Ceremony of “AYUSHMAN BHARAT

Comments are closed.