୧୫ ଅକେଫାବର ଦିନ ସାରା ବିଶ୍ୱରେ ପାଳିତ ହୋଇଥାଏ ବିଶ୍ୱ ଛାତ୍ର ଦିବସ । ୧୫ ଅକେଫାବର ଭାରତର ପୂର୍ବତନ ରାଷ୍ଟ୍ରପତି ଡ . ଏ. ପି. ଜେ. ଅବଦୁଲ କଲାମଙ୍କ ଜନ୍ମଦିନ ହୋଇଥିବାରୁ, ସଂଯୁକ୍ତ ରାଷ୍ଟ୍ର ଆମେରିକା ପକ୍ଷରୁ ଏହାକୁ ବିଶ୍ୱ ଛାତ୍ର ଦିବସ ରୂପେ ପାଳନ କରାଯାଉଛି । କଲାମ ଜଣେ ଉତ୍ସର୍ଗୀକୃତ ଶିକ୍ଷକ ଥିଲେ । ସେ ନିଜ ଜୀବନକୁ ଶିକ୍ଷା ପାଇଁ ଉତ୍ସର୍ଗ କରିଥିଲେ । ସେ କହିଥିଲେ ଯେ ଶିକ୍ଷକମାନେ ସମାଜର ନିର୍ମାଣକାରୀ ଅଟନ୍ତି ଏବଂ ଯେତେବେଳେ ଛାତ୍ରମାନେ ସେମାନଙ୍କ ବିଷୟ ଉପରେ ପାରଦର୍ଶୀ ହୁଅନ୍ତି ସେତେବେଳେ ହିଁ ଏକ ଆଦର୍ଶ ସମାଜ ଗଠନ ହୋଇପାରିବ । ଛାତ୍ରମାନଙ୍କ ପ୍ରତି କଲାମଙ୍କ ଅନାବିଳ ଶ୍ରଦ୍ଧା ତଥା ଛାତ୍ରମାନଙ୍କ ପକ୍ଷେ କଲାମ ଏକ ଆଦର୍ଶ ବ୍ୟକ୍ତିତ୍ୱ ଭାବେ ଏକ ପ୍ରେରଣାର ଉତ୍ସ । ପ୍ରତିବର୍ଷ ଏହି ଦିନଟିକୁ ପ୍ରତିଟି ଶିକ୍ଷା ଅନୁଷ୍ଠାନରେ ପାଳନ କରାଯାଇଥାଏ । କଲାମ ସାରା ବିଶ୍ୱରେ ନିଜର ପ୍ରେରଣାଦାୟ ଭାଷଣ ପାଇଁ ଖୁବ ପରିଚିତ ଥିଲେ । ଏହି ଅବସରରେ ଅନୁଷ୍ଠାନ ଗୁଡିକରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥାଏ ।
