ପ୍ରତିବର୍ଷ ଜୁଲାଇ ୨୮ ତାରିଖରେ ପାଳିତ ହୋଇଥାଏ ବିଶ୍ୱ ହେପାଟାଇଟିସ୍ ଦିବସ । ଏହି ଦିବସ ପାଳନର ଏକମାତ୍ର ଉଦ୍ଦେଶ୍ୟ ଲୋକମାନଙ୍କ ଭିତରେ ଏହି ରୋଗକୁ ନେଇ ସଚେତନତା ସୃଷ୍ଟି କରିବା । ଏହାର ଅନେକ ପ୍ରକାର ରହିଥାଏ ଯଥା ହେପାଟାଇଟିସ ଏ,ବି,ସି, ଡି ଏବଂ ଇ । ଏହି ରୋଗରେ ପ୍ରତିବର୍ଷ ଅନେକ ଲୋକ ପୀଡିତ ହେବା ସହିତ ପ୍ରାଣ ମଧ୍ୟ ହରାଇଥାଆନ୍ତି । କିଛି ଦେଶରେ ଏହା ଗମ୍ଭୀର ରୋଗର କାରଣ ମଧ୍ୟ ସାଜିଥାଏ । ହେପାଟାଇଟିସ ଏଭଳି ଏକ ରୋଗ ଯାହା ଆମର ଯକୃତରେ ସଂକ୍ରମଣ ହୋଇଥାଏ । ୨୦୦୪ରେୟୁରୋପୀୟ ରାଷ୍ଟ୍ର ଏବଂ ମଧ୍ୟ ପୂର୍ବ ରାଷ୍ଟ୍ରର କେତେକ ସଂସ୍ଥା ଏହି ଦିବସ ପାଳନ ପାଇଁ ଆଲୋଚନା ଆରମ୍ଭ କରିଥିଲେ । ୨୦୦୮ରେ ବିଶ୍ୱ ହେପାଟାଇଟିସ ଦିବସ ପାଳନର ଘୋଷଣା କରାଯାଇଥିଲା । ହେଲେ ହେପାଟାଇଟିସ ବି ଭୂତାଣୁକୁ ଆବିଷ୍କାର କରିଥିବା ଏବଂ ନୋବେଲ ପୁରସ୍କାର ବିଜେତା ବାରୁଚ୍ ସାମୁଏଲଙ୍କ ଜନ୍ମଦିନ ଅର୍ଥାତ ଜୁଲାଇ ୨୮କୁ ହେପାଟାଇଟିସ୍ ଦିବସ ରୂପେ ପାଳନ କରାଯାଇଥାଏ । ଏହି ଦିନ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ରୋଗର ଲକ୍ଷଣ ଓ କାରଣ ସମ୍ପର୍କରେ ଲୋକଙ୍କୁ ସଚେତନ କରାଯାଇଥାଏ ।