ସଧାବଙ୍କ ବିଧବା ବେଶ

ସ୍ୱାମୀଙ୍କ ଦୀର୍ଘାୟୁ ପାଇଁ ମହିଳାମାନେ ସର୍ବଦା ମଥାରେ ଲମ୍ବା ସିନ୍ଦୁର, ହାତରେ ଶଙ୍ଖା ଓ ଚୁଡ଼ି ପିନ୍ଧି ଶୃଙ୍ଗାର କରି ନିଜକୁ ସଜେଇଥାନ୍ତି । ହେଲେ ଆମ ଦେଶରେ ଏପରି ଏକ ସମୁଦାୟ ତଥା ସମ୍ପ୍ରଦାୟ ରହିଛନ୍ତି, ଯେଉଁଠାରେ ବିବାହିତ ମହିଳା ନିଜ ସ୍ୱାମୀର ଦୀର୍ଘ ଜୀବନ ପାଇଁ ବିଧବା ପରି ବେଶ ହୋଇଥାନ୍ତି । ଏହା ଆପଣଙ୍କୁ ଚକିତ କରୁଥାଇପାରେ କିନ୍ତୁ ବାସ୍ତବରେ ଏପରି ସମ୍ପ୍ରଦାୟ ଲୋକ ଏହି ଅଜବ ପରମ୍ପରାକୁ ଆଜିପର୍ଯ୍ୟନ୍ତ ପାଳନ କରିଆସୁଛନ୍ତି । ଆମ ଦେଶର ‘ଗଛୱାହା ସମ୍ପ୍ରଦାୟ’ରେ ଏପରି ପରମ୍ପରା ପାଳନ କରାଯାଇଥାଏ ।
ସଧାବଙ୍କ ବିଧବା ବେଶ

ଏଠାରେ ମହିଳାଙ୍କ ସଧାବ ବେଶ ହେବା ଅଶୁଭ ବୋଲି ବିବେଚନା କରାଯାଇଥାଏ । ଏହି ଅନନ୍ୟ ପରମ୍ପରା ବିଷୟରେ କେହି ବି ଜାଣିବା ପରେ ବିଶ୍ୱାସ କରିବେ ନାହିଁ । ହେଲେ ଗଛୱାହା ସମ୍ପ୍ରଦାୟର ମହିଳାମାନେ ଏହି ଭିନ୍ନ ପରମ୍ପରାକୁ ମାନି ଆସୁଛନ୍ତି । ମହିଳାମାନେ ବିଧବା ପରି ଜୀବନ ବିତାନ୍ତି । ସୂଚନା ଅନୁଯାୟୀ, ଏହି ସମ୍ପ୍ରଦାୟର ମହିଳାମାନେ ପ୍ରତିବର୍ଷ ୫ ମାସ ପାଇଁ ବିଧବାଙ୍କ ପରି ଜୀବନ ବିତାନ୍ତି । ଗଛୱାହା ସମ୍ପ୍ରଦାୟର ମହିଳାମାନେ ପୁରାତନ କାଳରୁ ଏହି ଅଜବ ରୀତିନୀତିକୁ ଅନୁସରଣ କରିଆସୁଛନ୍ତି । ଏଠାରେ ମହିଳାମାନେ ବର୍ଷର ୫ ମାସ ନା କୌଣସି ସଜେଇ ବା ଶୃଙ୍ଗାର ହୁଅନ୍ତି ନା ଖୁସିରେ ରୁହନ୍ତି । ବାସ୍ତବରେ ସେମାନଙ୍କ ସ୍ୱାମୀମାନେ ଏହି ସମୟରେ ଜଙ୍ଗଲକୁ ଖଜୁରୀ ଗଛରୁ ତାଡ଼ି ଆଣିବା ପାଇଁ ଯାଇଥାନ୍ତି । ଏହି ସମୟତକ ସ୍ତ୍ରୀମାନେ ସାଧାସିଧା ଜୀବନଯାପନ କରିଥାନ୍ତି । ଏହି ସମୁଦାୟର ଲୋକମାନେ ତରକୁଳହା ଦେବୀଙ୍କୁ ନିଜର କୁଳଦେବୀ ପରି ପୂଜାର୍ଚ୍ଚନା କରିଥାନ୍ତି । ପୂର୍ବ ଉତ୍ତରପ୍ରଦେଶରେ ରହୁଥିବା ଏହି ସମ୍ପ୍ରଦାୟ ଲୋକମାନଙ୍କର ଜୀବିକା ମୁଖ୍ୟତଃ ଖଜୁରୀ ଗଛରୁ ତାଡ଼ି ବାହାର କରିବା । ଏହି ତାଡ଼ି ବାହାର କରିବା କାମ ବହୁତ ବିପଦଜନକ ହୋଇଥିବାରୁ ସେମାନଙ୍କ ସ୍ତ୍ରୀମାନେ କୁଳଦେବୀଙ୍କ ଚରଣରେ ନିଜର ଶୃଙ୍ଗାର ରଖିଥାନ୍ତି । ଏଥିସହ ସ୍ୱାମୀଙ୍କ ଦୀର୍ଘ ଆୟୁ ପାଇଁ ପ୍ରାର୍ଥନା କରିଥାନ୍ତି ।

Comments are closed.