ନଖ କାଟି କୋଟିପତି

ଆଜିର ସମୟରେ ଅନ୍ୟମାନଙ୍କ ନିକଟରେ ଚାକିରୀ କରିବା ଅପେକ୍ଷା ଅଧିକ ଲୋକ ନିଜର ବ୍ୟବସାୟ ଆରମ୍ଭ କରିବାକୁ ପସନ୍ଦ କରୁଛନ୍ତି । ଏହା ପଛର କାରଣ ମଧ୍ୟ ସମ୍ପୂର୍ଣ୍ଣ ସ୍ପଷ୍ଟ । ନିଜର ବ୍ୟବସାୟ ଥିଲେ ବ୍ୟକ୍ତି ଜଣଙ୍କର ନିଜର ଚିନ୍ତାଧାରା ଏବଂ ସୃଜନଶୀଳତାକୁ ଖୋଲାଖୋଲି ଭାବରେ ଉପଯୋଗ କରିବାର ସକ୍ଷମ ହୋଇଥାଏ । ଏହା ସଫଳତାର ସମ୍ଭାବନାକୁ ବହୁ ପରିମାଣରେ ମଧ୍ୟ ବଢାଇଥାଏ । ଏହିପରି ଜଣେ ମହିଳାଙ୍କ କାହାଣୀ ଆଜି ସାରା ଦୁନିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ବ୍ରିଟେନରେ ରହୁଥିବା ଜଣେ ମହିଳାଙ୍କ ସଫଳତାର କାହାଣୀ ଲୋକଙ୍କୁ ପ୍ରଭାବିତ କରିବାରେ ଲାଗିଛି । ଲୋକଙ୍କ ନଖ ସଫା କରୁଥିବା ଏହି ମହିଳା ଜଣଙ୍କ ଆଜି ନିଜର କୋଟି କୋଟି ମୂଲ୍ୟର ବିଜନେସ୍‌ ଚଲାଉଛନ୍ତି । ରିପୋର୍ଟ ଅନୁଯାୟୀ, ୩୦ ବର୍ଷୀୟା ଏନାବେଲ୍‌ ୧୦ ବର୍ଷ ପୂର୍ବେ ନିଜ ମାଆଙ୍କ ରୋଷେଇ ଘରୁ ହିଁ ନେଲ୍‌ ଆର୍ଟ କାମ ଆରମ୍ଭ କରିଥିଲେ । ସେତେବେଳେ ସେ ନିଜର ସାଙ୍ଗମାନଙ୍କ ନଖ କାଟି ଏହା ଉପରେ ନେଲ୍‌ ଆର୍ଟ କରୁଥିଲେ । ଧୀରେଧୀରେ ଏହି କ୍ଷେତ୍ରରେ ସେ ଆଗକୁ ବଢ଼ି ବହୁତ ନାଁ କମେଇବାରେ ଲାଗିଲେ । ଲୋକମାନେ ଏନାବେଲ୍‌ଙ୍କ ନେଲ୍‌ ଆର୍ଟକୁ ପସନ୍ଦ କଲେ ଏବଂ ଧୀରଧୀରେ ଗ୍ରାହକଙ୍କ ସଂଖ୍ୟା ବଢ଼ିବାରେ ଲାଗିଲା । ଏନାବେଲ୍‌ଙ୍କ ଏହି ବିଜନେସ୍‌ ଏତେ ମାତ୍ରାରେ ଅଗ୍ରଗତି କଲା ଯେ ଆଜି ସେ କୋଟି କୋଟି ମୂଲ୍ୟର ଏକ ନେଲ୍‌ ଆର୍ଟ ବ୍ୟବସାୟ ଚଳାଉଛନ୍ତି । ବୁ୍ୟଟିସିୟାନ ଏନାବେଲ ମାଆଙ୍କ କିଚେନରୁ ଆରମ୍ଭ କରିଥିବା ଏହି କାର୍ଯ୍ୟକୁ ଏବେ ଏକ ବଡ଼ େୱୟାରହାଉସ୍‌ରେ ସିଫଫ କରିଛନ୍ତି । ୩୦ ବର୍ଷୀୟା ଏନାବେଲ୍‌ ଆଜି ସୋସିଆଲ ମିଡିଆ ସେନସେସନ୍‌ । ତାଙ୍କର ଫ୍ୟାନ ଫୋଲଅର୍ସଙ୍କ ସଂଖ୍ୟା ମଧ୍ୟ ଢେର ଅଧିକ । ଅନଲାଇନରେ ତାଙ୍କର ୭.୫ ଲକ୍ଷରୁ ଅଧିକ ଫଲୋଅର୍ସ ଅଛନ୍ତି । ଏକ ଗଣମାଧ୍ୟମକୁ ଦେଇଥିବା ଇଣ୍ଟରଭୁ୍ୟରେ ଏନାବେଲ୍‌ କହିଛନ୍ତି, ପ୍ରାରମ୍ଭରେ ତାଙ୍କର ଗ୍ରାହକ ତାଙ୍କ ମାଆଙ୍କ ବାନ୍ଧବୀମାନେ ହିଁ ଥିଲେ । ଯେତେବେଳେ ଏହି କାମ ଅଧିକ ଚାଲିଲା ସେ ଷ୍ଟେଫୋର୍ଡଶାୟରରେ ଏକ ସେଲୁନ ଖୋଲିଲେ । ସେଠାରେ ସେ ଥିମ୍‌ ନେଲ୍‌ ଆର୍ଟ ଏବଂ ୟୁନିକର୍ନ ନେଲ ଆର୍ଟ କରିବା ଆରମ୍ଭ କଲେ । ଏବେ ସେ ନିଜ ସ୍ୱାମୀଙ୍କ ସହଯୋଗରେ ଏହି ବିଜନେସ୍‌କୁ ଚଲାଇଛନ୍ତି ।

Launching Ceremony of “AYUSHMAN BHARAT

Comments are closed.