ଦୁନିଆରେ ଏପରି ଅନେକ ରୋଗ ଅଛି, ଯାହା ବିରଳ ବର୍ଗରେ ପଡ଼େ । ସେଗୁଡ଼ିକ ବିଷୟରେ ଜାଣିବା ପରେ, ଆପଣ ମଧ୍ୟ ଭାବିବେ ଯେ ଏପରି କୌଣସି ରୋଗ ହୋଇପାରେ କି । ତେବେ ନୁ୍ୟଜିଲାଣ୍ଡର ଟାଇଲା ଏଭଳି ଏକ ବିରଳ ରୋଗରେ ପୀଡିତ ଅଛନ୍ତି, ଯିଏ ନା ହସି ପାରୁଛନ୍ତି ନା ଆଖିର ଡୋଳାକୁ ହଲେଇ ପାରୁଛନ୍ତି । ଆଶ୍ଚର୍ଯ୍ୟର କଥା , ଯେଉଁମାନେ ଏକଦା ଟାଇଲାଙ୍କୁ ଥଟ୍ଟା କରୁଥିଲେ, ବର୍ତ୍ତମାନ ସେମାନେ ତାଙ୍କ ଅଟୋଗ୍ରାଫ୍ ପାଇବାକୁ ଲାଇନ୍ ଲଗାଉଛନ୍ତି । ନୁ୍ୟଜିଲାଣ୍ଡର ୨୪ ବର୍ଷୀୟା ଟାଇଲା କି୍ଲମେଣ୍ଟ ବର୍ତ୍ତମାନ ଏକ ଇନଷ୍ଟାଗ୍ରାମ ତାରକା । ଟାଇଲା ଜନ୍ମରୁ ମୋବିୟସ୍ ସିଣ୍ଡ୍ରୋମରେ ପୀଡ଼ିତ ।
ଏହି ରୋଗରେ ଆକ୍ରାନ୍ତ ବ୍ୟକ୍ତିମାନେ କେବେ ହସିପାରନ୍ତି ନାହିଁ କିମ୍ବା ଆଖିର ଡୋଳାକୁ କେବେ ବି ଘୁଞ୍ଚାଇ ପାରନ୍ତି ନାହିଁ । ଏହି କାରଣରୁ ଲୋକମାନେ ଟାଇଲାଙ୍କୁ ପରିହାସ କରୁଥିଲେ । ତେବେ ଏତେ ଯନ୍ତ୍ରଣା ଭୋଗିବା ପରେ ମଧ୍ୟ ଟାଇଲା ଏକ ପାରାଲିମ୍ପିକ୍ ରେକର୍ଡଧାରୀ । ମୋବିୟସ୍ ସିଣ୍ଡ୍ରୋମ ଏକ ବିରଳ ରୋଗ, ଯାହା ୪୦ ଲକ୍ଷ ଲୋକଙ୍କ ମଧ୍ୟରୁ ଜଣଙ୍କଠାରେ ଦେଖାଯାଏ । ଏହି ସିଣ୍ଡ୍ରୋମ ଯୋଗୁଁ ରୋଗୀ ତାଙ୍କ ମୁହଁର ଅନେକ ଅଙ୍ଗକୁ ଘୁଞ୍ଚାଇବା କିମ୍ବା ହଲାଇବାରେ ଅସମର୍ଥ ହୋଇଥାନ୍ତି ।
ଏହି ବିରଳ ରୋଗରେ ଆକ୍ରାନ୍ତ ବ୍ୟକ୍ତିର ମୁଖ ମାଂସପେଶୀ ପକ୍ଷାଘାତ ହୋଇଯାଏ, ଯେଉଁଥିପାଇଁ ରୋଗୀ ନିଜର ଫେସିଆଲ ଏକ୍ସପ୍ରେସନ ଦେଖାଇପାରେ ନାହିଁ । ଟାଇଲା କହିଛନ୍ତି ଯେ ଏହି ଅଜବ ରୋଗ ଯୋଗୁଁ ସେ ପିଲାଦିନରୁ ଅପମାନ ଶୁଣିଛନ୍ତି । ଅନେକ ଲୋକ ତାଙ୍କୁ ଦୁର୍ଭାଗ୍ୟ ବୋଲି ମଧ୍ୟ କହିଥିଲେ । ହେଲେ ଆଜି ଟାଇଲା ଜଣେ ସୋସିଆଲ୍ ମିଡିଆ ଇନଫ୍ଲìଏନସର୍ ପାଲଟିଛନ୍ତି ।

Comments are closed.