ନିଆରା କୋଠା

ଚୀନରେ ସର୍ବଦା କିଛି ନା କିଛି ଅଦ୍ଭୁତ ଘଟଣା ଘଟିଥାଏ । ସେହିଭଳି ଏକ ଘଟଣା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଚୀନ୍‌ରେ ଏକ ନିଆରା ପ୍ରତିଯୋଗୀତାର ଆୟୋଜନ କରାଯାଇଛି । ଏହି ପ୍ରତିଯୋଗୀତାରେ ୧୦ଟି ନିଆରା କୋଠାକୁ ବାଛିବାକୁ ହେବ । ପ୍ରତିଯୋଗୀତାରେ ବର୍ତ୍ତମାନ ପର୍ଯ୍ୟନ୍ତ ୮୭ଟି କୋଠାର ନାମ ରହିଛି । ଏଥିରେ ଅନେକ ଏଭଳି କୋଠା ରହିଛି, ଯାହା ବିଷୟରେ ଜାଣିଲେ ଯେ କେହି ବି ଆଶ୍ଚର୍ଯ୍ୟ ହେବ । ଏନେଇ ଭୋଟିଂ ଜାରିରହିଛି । ଏହି କୋଠା ମଧ୍ୟରୁ ‘ଜିଙ୍ଗଗାଙ୍ଗ ଗେଟ୍‌’ ଅନ୍ୟତମ ।
ଜେହଜିଆଙ୍ଗ ବିଶ୍ୱବିଦ୍ୟାଳୟର ଦକ୍ଷିଣ ପଟେ ଥିବା ‘ଜିଙ୍ଗଗାଙ୍ଗ ଗେଟ୍‌’ ଏହି ପ୍ରତିଯୋଗୀତାରେ ଆଗରେ ରହିଛି । ଏହି ଗେଟ୍‌ରେ ରହିଛି ୬ଟି ବଡବଡ ଖମ୍ବ । ମଝିରେ ଥିବା ଦୁଇଟି ଖମ୍ବରେ ବିଦ୍ୟାଳୟର ଗଠନର ଉଦ୍ଦେଶ୍ୟ ଖୋଦିତ ହୋଇଥିବା ବେଳେ ଆଉ ଚାରୋଟି ଖମ୍ବରେ ବିଦ୍ୟାଳୟର କାର୍ଯ୍ୟକାରିତା ବିଷୟରେ ଲେଖା ଯାଇଛି ।

Govt

Comments are closed.