ସମୟ ଲାଇଭ୍,୨୩/୧୦: ଶୀତଦିନେ ଥଣ୍ଡା ତଥା ଧୂଳି ଅନେକ ସମସ୍ୟା ସୃଷ୍ଟି କରିଥାଏ। ହାତପାଦ କୁଣ୍ଡାଇ ହେବା ଏବଂ ଫୁଲିଯିବା ଆଦି ସମସ୍ୟା ଯୋଗୁଁ ଅନେକ ବ୍ୟକ୍ତି ବିବ୍ରତ ହୋଇପଡ଼ନ୍ତି। ତେବେ ଏସବୁରୁ ମୁକ୍ତି ପାଇବା ପାଇଁ ଆପଣାନ୍ତୁ କେତୋଟି ସରଳ ଉପାୟ।![]()
ହାତ ଓ ପାଦରେ ନିତ୍ୟ ସୋରିଷ ତେଲ ମାଲିସ୍ କରନ୍ତୁ।![]()
କୁଣ୍ଡାଇବା ଫଳରେ କ୍ଷତ ହୋଇଥିଲେ ଗରମ ପାଣିରେ ସାମାନ୍ୟ ସନେ୍ଧ÷ବ ଲବଣ ମିଶାଇ କ୍ଷତ ସ୍ଥାନକୁ ୧୦/୧୫ ମିନିଟ୍ ବୁଡ଼ାଇ ରଖନ୍ତୁ। ଏହା କ୍ଷତକୁ ଜୀବାଣୁ ମୁକ୍ତ କରିବା ସହ ଶରୀରକୁ ମ୍ୟାଗ୍ନେସିୟମ୍ ଯୋଗାଇଥାଏ।
ଶୀତ ଦିନେ ଯଥା ସମ୍ଭବ ସୂତା ତିଆରି ବସ୍ତ୍ର ପିନ୍ଧିବାକୁ ଚେଷ୍ଟା କରନ୍ତୁ।
ବାହାରକୁ ଯାଉଥିଲେ ହାତରେ ଗ୍ଲୋବସ୍ ଏବଂ ପାଦରେ ମୋଜା ପିନ୍ଧିବାକୁ ଭୁଲନ୍ତୁ ନାହିଁ।
ସକାଳ ସଂଧ୍ୟାରେ ପାଣିରେ କାମ କରୁଥିଲେ କାମରେ ଗରମ ପାଣି ବ୍ୟବହାର କରନ୍ତୁ। ନଚେତ୍ ଶୀଘ୍ର ଥଣ୍ଡା ଧରିଥାଏ ଏବଂ ହାତ, ମୁହଁ ଓ ପାଦ ଫୁଲିଯାଇଥାଏ।
ଆପଣ ଚାହିଁଲେ ଶରୀରର ଫୁଲିଥିବା ଅଂଶରେ ଅଟା ପେଷ୍ଟ ତିଆରି କରି ରଖିପାରିବେ। ଏହା ଫୁଲା କମାଇବାରେ ସହାୟକ ହୋଇଥାଏ। ୩ ମିନିଟ୍ ଅଟା ପେଷ୍ଟ ରଖିବା ପରେ ଥଣ୍ଡା ପାଣି ପରିବର୍ତ୍ତେ ଉଷୁମ ପାଣିରେ ଧୋଇ ତେଲ ମାଲିସ୍ କରନ୍ତୁ।



ଶୀତ ଦିନେ ଯଥା ସମ୍ଭବ ସୂତା ତିଆରି ବସ୍ତ୍ର ପିନ୍ଧିବାକୁ ଚେଷ୍ଟା କରନ୍ତୁ।

ଆପଣ ଚାହିଁଲେ ଶରୀରର ଫୁଲିଥିବା ଅଂଶରେ ଅଟା ପେଷ୍ଟ ତିଆରି କରି ରଖିପାରିବେ। ଏହା ଫୁଲା କମାଇବାରେ ସହାୟକ ହୋଇଥାଏ। ୩ ମିନିଟ୍ ଅଟା ପେଷ୍ଟ ରଖିବା ପରେ ଥଣ୍ଡା ପାଣି ପରିବର୍ତ୍ତେ ଉଷୁମ ପାଣିରେ ଧୋଇ ତେଲ ମାଲିସ୍ କରନ୍ତୁ।
Comments are closed.