ନିଜେ ନିଜର କଲେ ଅପହରଣ, ପତ୍ନୀଙ୍କୁ ମାଗିଲେ ୪ ଲକ୍ଷ ଟଙ୍କା

0

ସମୟ ଲାଇଭ୍‍,୨୩/୧୦: କେହି ନିଜର ଅପହରଣ କରି ପତ୍ନୀଙ୍କୁ ଅର୍ଥ ମାଗିବା ଘଟଣା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ସତ। ଏପରି ଘଟଣା ମଧ୍ୟ ପ୍ରଦେଶର ଇନ୍ଦୌରଠାରେ ଘଟିଛି। ଋଣଭାରରେ ବୁଡ଼ି ରହିଥିବା ଜଣେ ବ୍ୟକ୍ତି ଟେଲିଭିଜନରୁ କ୍ରାଇମ୍‍ ସିରିୟଲ ଦେଖି ଏପରି ଉପାୟରେ ପତ୍ନୀଙ୍କଠାରୁ ଅର୍ଥ ହଡ଼ପ ପାଇଁ ଯୋଜନା କରିଥିଲେ। ହ୍ୱାଟସ୍‍ଅପ୍‍ରେ ମେସେଜ କରି ଯୁବକ ଜଣକଙ୍କ ତାଙ୍କ ପତ୍ନୀଙ୍କ ଠାରୁ ୪ଲକ୍ଷ ଟଙ୍କା ଦାବି କରିଥିଲେ। ଏପରିକି ସେ ତାଙ୍କ ସ୍ୱାମୀଙ୍କୁ ଜୀବନରୁ ମାରିଦେବା ପାଇଁ ମଧ୍ୟ ଧମକ ଦେଇଥିଲେ।


ସୂଚନା ଥାଉ କି, ଅକ୍ଟୋବର ୧୩ ତାରିଖରେ ଭାରତୀ ଚୋଧୁରୀ ନାମରେ ଜଣେ ମହିଳା ତାଙ୍କ ପତି ମନୋଜ ଚୌଧୁରୀ ନିଖୋଜ ଥିବା ଥାନାରେ ଅଭିଯୋଗ କରିଥିଲେ। ୧୦ ଅକ୍ଟୋବରରୁ ପାଖରେ ଥିବା ଏକ ଦୋକାନକୁ ଯାଇ ଆଉ ଘରକୁ ଫେରିନଥିଲେ ବୋଲି ସେ ଅଭିଯୋଗରେ ଦର୍ଶାଇଥିଲେ। ତେବେ ପୋଲିସ୍‍ ଘଟଣାର ତଦନ୍ତ କରି ଜାଣିବାକୁ ପାଇଥିଲେ ଅପହରଣ ହୋଇଥିବା ମନୋଜ ହିଁ ଖୋଦ୍‍ ନିଜର ଅପହରଣ କରିଥିଲେ।
ତେବେ ନିଜର ହାତମୁହଁ ବାନ୍ଧିଥିବାର ଏକ ଫଟୋ ସେ ସମ୍ପର୍କୀୟଙ୍କ ଫୋନକୁ ପଠାଇଥିଲେ। ପରେ ଫୋନ୍‍ କରି ସେ ପତ୍ନୀଙ୍କ ଠାରୁ ଅର୍ଥ ମାଗିବା ସହ ପତିଙ୍କୁ ଜୀବନରୁ ମାରିଦେବା ପାଇଁ ଧମକ ଦେଇଥିଲେ। ତେବେ ମନୋଜଙ୍କର ଏପରି ଡ଼୍ରାମା ବେଶୀ ସମୟ ଚାଲିନଥ ôଲା। ପୋଲିସ୍‍ ସମସ୍ତ କାଣ୍ଡର ପର୍ଦ୍ଦାଫାଶ କରିବା ସହ ନିଜେ ନିଜର ଅପହରଣ ମାମଲାରେ ତାଙ୍କୁ ଗିରଫ କରିଥିଲା।

Leave A Reply

Your email address will not be published.