ଶୀତଦିନରେ ସମସ୍ତେ ଗରମ ଗରମ ସ୍ୱାଦିଷ୍ଟ ଏବଂ ଚଟପଟା ଖାଦ୍ୟ ଖାଇବାକୁ ପସନ୍ଦ କରିଥାନ୍ତି । ଏହି ଋତୁରେ ତେଲ ଛଣା, ମସଲା ଏବଂ ଘିଅ ଯୁକ୍ତ ଖାଦ୍ୟ ଖାଇବାର ଅଭ୍ୟାସ ବଢ଼ିଯାଇଥାଏ । ଛଣା ଓ ମସଲାଯୁକ୍ତ ଖାଦ୍ୟ ପାଟିକୁ କ୍ଷଣକ ସ୍ୱାଦ ଦେଇଥାଏ, ହେଲେ ଶରୀରର କ୍ୟାଲୋରୀ ବୃଦ୍ଧି କରେ । ଏହିପରି ଅଭ୍ୟାସଠୁ ନିଜକୁ ଦୂରେଇ ରଖନ୍ତୁ ।
ହାଇ କ୍ୟାଲୋରୀ ଖାଦ୍ୟର ପ୍ରଭାବ- ଗରମ ଗରମ ଛଣା ଖାଦ୍ୟ ବା ଗରଗ ଗରମ ମସଲାଯୁକ୍ତ ଖାଦ୍ୟ ଗ୍ୟାସ ସମସ୍ୟା ସୃଷ୍ଟି କରେ । ସେହିପରି ଶୀତଦିନରେ ଏକ ନିର୍ଦ୍ଦିଷ୍ଟ ମାତ୍ରାରେ ଚା’ ଓ କଫି ପିଇବା ଆବଶ୍ୟକ ।
ଏହି ସମୟରେ ଅଧିକ ଚା’ ବା କଫି ପିଇଲେ ଶରୀରରେ ଡିହାଇଡ୍ରେସନ୍ ସମସ୍ୟା ସୃଷ୍ଟି ହୁଏ । ଏହି କାରଣରୁ ଏନର୍ଜି ଲେବଲ୍ କମ୍ ହୋଇଯାଏ ଏବଂ ଚର୍ମ ଶୁଷ୍କ ହୋଇଥାଏ । ଡାଏଟିସିଆନ୍ଙ୍କ ମତରେ ଶୀତଦିନରେ ବିଶେଷ କରି ଚା’, ପକୁଡ଼ି, ପରଠା, ଗାଜର ହାଲୁଆ ଭଳି ଖାଦ୍ୟ ଖାଇବା ଅନୁଚିତ୍ ।
ହାଇ କ୍ୟାଲୋରୀ ଖାଦ୍ୟର ବିକଳ୍ପ
ଶୀତଦିନରେ ଏହିପରି କମ୍ କ୍ୟାଲୋରୀ ଯୁକ୍ତ ଖାଦ୍ୟ ଖାଇବା ଉଚିତ୍, ଯାହାକୁ ଖାଇଲେ ମନ ସହିତ ପେଟ ଭରି ଉଠିବ । ଛଣା ଓ ଘିଅଯୁକ୍ତ ଖାଦ୍ୟ ଖାଇବାକୁ ଇଚ୍ଛା ହେଲେ ସେହି ସ୍ଥାନରେ ସୁପ୍ ଗ୍ରହଣ କରନ୍ତୁ । ସୁପ୍ ପେଟ ଭରିବା ସହିତ ଶରୀରକୁ ପୋଷକ ତତ୍ତ୍ୱ ପ୍ରଦାନ କରେ । ଶରୀରକୁ ହାଇଡ୍ରେଟ୍ ରଖେ । ଏଣୁ ସବୁ ପ୍ରକାର ପରିବାର ସୁପ୍ ସହିତ ଚାହିଁଲେ ଚିକେନ୍ ସୁପ୍ ମଧ୍ୟ ଗ୍ରହଣ କରିପାରିବେ ।
ହାଇ କ୍ୟାଲୋରୀ ଖାଦ୍ୟ ସ୍ଥାନରେ ଆପଣ ଓଟ୍ସ, ଯଅ ଏବଂ ବାଜରା ଖାଦ୍ୟ ଗ୍ରହଣ କରନ୍ତୁ । ଶସ୍ୟ ଯୁକ୍ତ ଖାଦ୍ୟ ଭୋକ କମ୍୍ କରାଇବା ସହିତ ଶରୀରରୁ କୋଲେଷ୍ଟରୋଲ୍ ହ୍ରାସ କରେ । ଯଦି କିଛି ଚଟପଟା ଖାଦ୍ୟ ଖାଇବାକୁ ଇଚ୍ଛା ହେଉଥାଏ, ତେବେ ଜଙ୍କ୍ ଫୁଡ୍ ସ୍ଥାନରେ ଆପଣ ଦହି କଚୁନ୍ଦର, କନ୍ଦମୂଳ ଚାଟ, କଳା ଚଣାରୁ ପ୍ରସ୍ତୁତ ଚାଟ୍, ଗଜା ମୁଗ ଚାଟ୍, ମସାଲା ଡାଲି ଚାଟ୍, କର୍ଣ୍ଣ ଚାର୍ଟ ଆଦି ଖାଦ୍ୟ ଖାଇପାରିବେ ।
ଏହି ସବୁ ପ୍ରୋଟିନ୍ ଯୁକ୍ତ ଚଟପଟା ଖାଦ୍ୟ ଶରୀରର ଶର୍କରା ସ୍ତରକୁ ହ୍ରାସ କରେ ଏବଂ ଭୋକକୁ କମ୍ କରେ । ଯଦି ଗରମ ପକୁଡ଼ି ଖାଇବାକୁ ଚାହାନ୍ତି, ତେବେ ତା’ ସ୍ଥାନରେ ଗରମ ଗରମ ଢ଼ୋକଲାକୁ ଖାଇପାରିବେ । ଏହିସବୁ ଖାଦ୍ୟ ଶରୀରକୁ ପୋଷକ ଯୋଗାଇବା ସହିତ ସୁସ୍ଥ ରଖିଥାଏ ।
Comments are closed.