ବିରନରସିଂହପୁର ଗ୍ରାମରେ ହାତୀ ଉପଦ୍ରବ: ନଷ୍ଟ କଲେ ଧାନ ଓ କଦଳୀ ଫସଲ

ବୌଦ୍ଧ : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ବିରନରସିଂହପୁର ଗ୍ରାମରେ ହାତୀ ଉପଦ୍ରବ ଦେଖିବାକୁ ମିଳିଛି । ହାତୀ ଉପଦ୍ରବ ଫଳରେ ବ୍ୟାପକ ଫସଲ ନଷ୍ଟ ହୋଇଥିବାର ଅଭିଯୋଗ ହୋଇଛି । ଗଲାକାଲି ରାତିରେ ବିରନରସିଂହପୁର ଗ୍ରାମର ୫୭ ନମ୍ବର ଜାତୀୟ ରାଜପଥରଠାରୁ ପ୍ରାୟ ଦୁଇଶହ ମିଟର ଦୂରରେ ହାତୀମାନେ ଉପଦ୍ରବ କରିଛନ୍ତି । ଗ୍ରାମର ଗୋବିନ୍ଦ ପ୍ରଧାନଙ୍କ କଦଳୀ ବାଡ଼ିରେ ପଶି କଦଳୀ ଗଛ ସବୁ ନଷ୍ଟ କରିଥିବା ବେଳେ ଅର୍ଜୁନ ପ୍ରଧାନଙ୍କ ବିଲରେ ପଶି ରବିଧାନ ଫସଲ ନଷ୍ଟ କରିଥିବା ଜଣାପଡିଛି ।

ବିରନରସିଂହପୁର ଗ୍ରାମରେ ହାତୀ ଉପଦ୍ରବ: ନଷ୍ଟ କଲେ ଧାନ ଓ କଦଳୀ ଫସଲ

ଗ୍ରାମ ନିକଟରେ ଥିବା ମୁଣ୍ଡେଶ୍ୱର ସଂରକ୍ଷିତ ଜଙ୍ଗଲରୁ ଆସି ହାତୀମାନେ ଫସଲ ନଷ୍ଟ କରିଛନ୍ତି । ଏହି ହାତୀ ପଲରେ ଦୁଇ ଗୋଟି ବଡ଼ ହାତୀ ଥିବା ବେଳେ ଗୋଟିଏ ଛୋଟ ହାତୀ ଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତିି ।

ଅନ୍ୟପକ୍ଷରେ, ଗଭୀର ନଳକୂପ ଖୋଲାଯାଇଥିବା ବେଳେ ସେଥିରେ ସଂଯୋଗ ହୋଇଥିବା ବିଦୁ୍ୟତ ତାର ସବୁ ଓହଳି ରହିଛି । ଉକ୍ତ ବିଦୁ୍ୟତ ତାର ସ୍ପର୍ଶରେ ହାତୀ ଆସିବା ସମ୍ଭାବନା ମଧ୍ୟ ରହିଛି । ଜିଲ୍ଲାରେ ପ୍ରଚୁର ପରିମାଣରେ ଜଙ୍ଗଲ ସଂପଦ ଭରି ରହିଛି । ବର୍ତ୍ତମାନ ଜିଲ୍ଲାର ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିଥିବା ଯୋଗୁଁ ବନ୍ୟ ପ୍ରାଣୀମାନେ ବର୍ତ୍ତମାନ ଗ୍ରାମ ମୁହାଁ ହୋଇଛନ୍ତିି । ଯାହାଫଳରେ ବନ୍ୟଜନ୍ତୁମାନେ ଗ୍ରାମକୁ ଆସି ବ୍ୟାପକ ଫସଲ ନଷ୍ଟ କରୁଥିବାର ଅଭିଯୋଗ ହେଉଛି ।

ବିରନରସିଂହପୁର ଗ୍ରାମରେ ହାତୀ ଉପଦ୍ରବ: ନଷ୍ଟ କଲେ ଧାନ ଓ କଦଳୀ ଫସଲ

ଜଙ୍ଗଲ ସମ୍ପଦକୁ ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ ଯେତେ ମାତ୍ରରେ ଉଦ୍ୟମ କରାଯାଉଥିଲେ ମଧ୍ୟ ବନ ସଂପଦକୁ ସୁରକ୍ଷା ଦେବାରେ ବିଫଳ ହେଉଛି । ବନ ସୁରକ୍ଷା ପାଇଁ ବିଭାଗ ପକ୍ଷରୁ ଗାଁ ଗାଁରେ ବୈଠକ କରି ସଚେତନତା କରାଯାଉଥିଲେ ମଧ୍ୟ ଜଙ୍ଗଲ ପୋଡ଼ି କମିବାରେ ନାଁ ଧରୁନାହିଁ । ଜିଲ୍ଲାରେ ଚଳିତବର୍ଷ ପ୍ରବଳ ଗ୍ରୀଷ୍ମପ୍ରବାହ ଜାରି ରହିଥିବା ବେଳେ ଜଙ୍ଗଲନିଆଁ ବନ ବିଭାଗର ଚିନ୍ତା ବଢ଼ାଇଦେଲାଣି । ଗୋଟିଏ ମୁଣ୍ଡରୁ ନିଆଁ ଲିଭାଇଲେ ଆର ମୁଣ୍ଡରୁ ଜଙ୍ଗଲ ହୁ ହୁ ହୋଇ ଜଳିବାରେ ଲାଗିଛି । ଅନେକ ସ୍ଥାନରେ ବନ ସୁରକ୍ଷା ସମିତିମାନେ ଜଙ୍ଗଲ ନିଆଁ ଲିଭାଇବାକୁ ଉଦ୍ୟମ କରୁଛନ୍ତି । ହେଲେ ପ୍ରତିଦିନ କେଉଁଠି ନା କେଉଁଠି ଜଙ୍ଗଲରେ ନିଆଁ ଲାଗିରହି ଥିବାର ଅଭିଯୋଗ ହେଉଛି । ନିଆଁ ଆଁରେ ହଜାର ହଜାର ମୂଲ୍ୟବାନ ଓ ଔଷଧୀୟ ଗଛ ପୋଡ଼ିଯାଉଛି ।

Govt

Comments are closed.