ନୂଆଦିଲ୍ଲୀ: ମଇ ୦୬: କରୋନା ମୃତ୍ୟୁ ହାରକୁ ନେଇ ଡବ୍ଲìଏଚଓର ବୟାନ । ଏହି ବୟାନକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଦାବି ଉପରେ ପ୍ରଶ୍ନ ଉଠାଇଛି ଭାରତ । କୋଭିଡ୍ ମତକଙ୍କ ସଂଖ୍ୟା ଆକଳନରେ ଭାରତ ଆଗୁଆ ଥିବା ନେଇ କହିଛି ଡବ୍ଲìଏଚଓ । ତେବେ ଏହି ଦାବିକୁ ଖଣ୍ଡନ କରିବା ସହ ଏହା ସଠିକ୍ ନୁହେଁ ବୋଲି ଭାରତ କହିଛି। ଏହାସହ ଡବ୍ଲìଏଚଓର ଡାଟା ସଂଗ୍ରହ ପ୍ରକ୍ରିୟାକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପ୍ରଶ୍ନ ଉଠାଇବା ସହ ଏହା ସମ୍ପୂର୍ଣ୍ଣ ଭାବେ ଅବାସ୍ତବ ବୋଲି କହିଛି। ଗୁରୁବାର ପ୍ରକାଶିତ ଏକ ରିପୋର୍ଟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଥିଲା, ଭାରତରେ ୨୦୨୦ ଜାନୁଆରୀରୁ ୨୦୨୧ ଡିସେମ୍ବର ମଧ୍ୟରେ କରୋନାରେ ୪୭ ଲକ୍ଷ ଲୋକ ପ୍ରାଣ ହରାଇଛନ୍ତି। ଏହା ସରକାରୀ ଭାବେ ରେକର୍ଡ ହୋଇଥିବା ମୃତ୍ୟୁ ସଂଖ୍ୟା ଠାରୁ ଏହା ୧୦ ଗୁଣା ଅଟେ। ଭାରତରେ ସରକାରୀ ଭାବେ କରୋନା ମୃତ୍ୟୁ ପ୍ରାୟ ୫ ଲକ୍ଷ ୨୦ ହଜାର ରେକର୍ଡ ରହିଛି। ସେହିପରି ବିଶ୍ୱରେ କରୋନାରେ ପ୍ରାୟ ଦେଢ଼ କୋଟି ଲୋକ ପ୍ରାଣ ହରାଇ ଥିବାବେଳେ କେବଳ ଭାରତରେ ମୃତ୍ୟୁ ସଂଖ୍ୟା ଏକ ତୃତୀୟାଂଶ ବୋଲି ରିପୋର୍ଟରେ ଦର୍ଶାଇଛି । ତେବେ ଏହାକୁ ନେଇ ଭାରତ ତିବ୍ର ବିରୋଧ କରିଥିବା ସୂଚନା ରହିଛି।

Comments are closed.