‘ମଙ୍କିପକ୍‌ସ’ ଭୂତାଣୁ କ’ଣ?

ୱାସିଂଟନ୍‌: ମେ ୧୯: ପ୍ରଥମ କରି ଯୁକ୍ତରାଷ୍ଟ୍ର ଆମେରିକାର ମାସାଚୁ୍ୟସେଟ୍‌ରେ ବିରଳ ‘ମଙ୍କିପକ୍‌ସ’ ସଂକ୍ରମଣ ଚିହ୍ନଟ ହୋଇଛି । ଏହି ରୋଗରେ ସଂକ୍ରମିତ ହୋଇଥିବା ବ୍ୟକ୍ତିଜଣକ କାନଡା ଭ୍ରମଣରେ ଯାଇଥିଲେ । ସଂକ୍ରମିତଙ୍କ ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କୁ ଚିହ୍ନଟ କରାଯାଇ କରିବା ଲାଗି ସରକାରୀ ଅଧିକାରୀ ଓ ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀମାନେ ଉଦ୍ୟମ ଚଳାଇଛନ୍ତି । ଏହି ସଂକ୍ରମଣ ଏବେ ସର୍ବସାଧାରଣଙ୍କ ନିମନ୍ତେ ବିପଦର କାରଣ ନାହିଁ ବୋଲି ସରକାରୀ ଅଧିକାରୀମାନଙ୍କର ବିଶ୍ୱାସ । ତେବେ ଯୁକ୍ତରାଷ୍ଟ୍ର ଆମେରିକା ପୂର୍ବରୁ ପର୍ତ୍ତୁଗାଲ୍‌ରେ ୫ଟି ଏବଂ ଇଂଲଣ୍ଟରେ ୨ଟି ସଂକ୍ରମଣ ହୋଇଥିବା ରିପୋର୍ଟ ପ୍ରକାଶ ପାଇଛି ।

ଯୁକ୍ତରାଷ୍ଟ୍ର ଆମେରିକାରେ ଜଣେ ‘ମଙ୍କିପକ୍‌ସ’ ଭୂତାଣୁ ସଂକ୍ରମିତ ଚିହ୍ନଟ
‘ମଙ୍କିପକ୍‌ସ’ ଭୂତାଣୁ

ମଙ୍କି ପକ୍‌ସ ଭୂତାଣୁ କ’ଣ?

ମଙ୍କି ପକ୍‌ସ ଏକ ଭୂତାଣୁ ଜନିତ ସଂକ୍ରମକ ରୋଗ । ଏହି ରୋଗରେ ଜ୍ୱର, ମୁଣ୍ଡବିନ୍ଧା, ମାଂସପେଶୀ ଯନ୍ତ୍ରଣା, ଫୋଟକା ଓ କୁଣ୍ଡିଆ ହୋଇଥାଏ । ଏହାଛଡ଼ା ରୋଗୀ ଥMା ଅନୁଭବ କରିଥାଏ । ଏହି ରୋଗ ପ୍ରାୟ ହାଡ଼ଫୁଟି ରୋଗର ଲକ୍ଷଣ ପରି ହୋଇଥାଏ । ଭୂତାଣୁ ସଂସ୍ପର୍ଶରେ ଆସିବାର ପ୍ରାୟ ୧୦ ଦିନ ପରେ ଏହି ରୋଗ ଆରମ୍ଭ ହୁଏ ଓ ଏହାର ଲକ୍ଷଣ ସବୁ ୨-୫ ଦିନ ପର୍ଯ୍ୟନ୍ତ ରହିଥାଏ ।

ଯୁକ୍ତରାଷ୍ଟ୍ର ଆମେରିକାରେ ଜଣେ ‘ମଙ୍କିପକ୍‌ସ’ ଭୂତାଣୁ ସଂକ୍ରମିତ ଚିହ୍ନଟ

ତେବେ ଏହି ଭୂତାଣୁରେ ସଂକ୍ରମିତ ରୋଗୀଙ୍କର ୧୦ ପ୍ରତିଶତ ମୃତୁ୍ୟ ହେବାର ଆଶଙ୍କା ରହିଛି । ଗୋବୀଜ ଟିକା (ସ୍ମଲ ପକ୍‌ସ ଭାକ୍‌ସିନ୍‌) ଏହାର ପ୍ରତିଷଧ ଟିକା ଅଟେ । ଏହି ଟିକା ନେଲେ ‘ମଙ୍କିପକ୍‌ସ’ ରୋଗ ୮୫ ପ୍ରତିଶତ କମିବାର ପ୍ରମାଣ ରହିଛି ।

୧୯୫୮ ମସିହାରେ ପରୀକ୍ଷାଗାର ମାଙ୍କଡ଼ ଦେହରେ ପ୍ରଥମେ ଏହି ରୋଗ ଚିହ୍ନଟ ହୋଇଥିଲା । ୧୯୭୦ ମସିହାରେ କଙ୍ଗୋ ଦେଶରେ ପ୍ରଥମେ ମଣିଷ ଦେହରେ ଏହି ରୋଗ ଦେଖାଯାଇଥିଲା ।

ଯୁକ୍ତରାଷ୍ଟ୍ର ଆମେରିକାରେ ଜଣେ ‘ମଙ୍କିପକ୍‌ସ’ ଭୂତାଣୁ ସଂକ୍ରମିତ ଚିହ୍ନଟ

ମଧ୍ୟ ଓ ପଶ୍ଚିମ ଆଫ୍ରିକାରେ ସାଧାରଣଃ ଏହି ରୋଗ ଦେଖାଯାଏ । ୨୦୦୩ରେ ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ରୋଗ ଏକ ମହାମାରୀର ରୂପ ନେଇଥିଲା, ଯାହା ଏକ ପୋଷା ପଶୁ ବିକ୍ରୟ କରୁଥିବା ଓ ଗାମ୍ବିଆନ ରୋଡେଣ୍ଟ ଆମଦାନୀ କରି ବିକୁଥିବା ଦୋକାନରୁ ବ୍ୟାପିଥିବା ଜଣାଗଲା ।

Comments are closed.